ଓଡ଼ିଶା

ସାବାସ୍ ସୁବାଷ; ଗଞ୍ଜାମ ପୋଲିସର ଗର୍ବ

ପେସାରେ ସେ ଜଣେ ପୋଲିସ ହାବିଲଦାର, ନାମ ସୁବାଷ ଚନ୍ଦ୍ର ସେଠୀ । ବଜାରରୁ ସଉଦା କରି ଘରକୁ ଫେରୁଥିବା ସମୟରେ ଛତ୍ରପୁର ହାଇସ୍କୁଲ ନିକଟସ୍ଥ ରାସ୍ତା କଡ଼ରୁ ଏକ ପର୍ସ ପାଇଥିଲେ। ପର୍ସରେ ଥିଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ, ATM କାର୍ଡ, ପାନ୍ କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର।

ଗଞ୍ଜାମ : ପୋଲିସ ଆମ ପାଇଁ ନିର୍ଦୟ, ମାନବହୀନ, ସାଧାରଣ ଲୋକଙ୍କ କଥା କେବେ ବି ଶୁଣେନି। ଟିକେ ସମୟ ମିଳିଲେ ଆମେ ପୋଲିସଙ୍କୁ ଅନେକ କଥା କହିଥାଉ। ଏକ ଶୃଙ୍ଖଳିତ ସମାଜ ଗଠନ କରିବା ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ପୋଲିସ ବାବୁଙ୍କୁ ଆମେ ଅନେକ କଥା କହିବାକୁ କେବେ ପଛଘୁଞ୍ଚା ଦେଉନଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ସେହି କଠୋର ହୃଦୟ ଭିତରେ ବି ରହିଛି ଏକ କମୋଳମତି ମନ ଓ ସାହାଯ୍ୟ ମନୋବୃତ୍ତି ହୃଦୟ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

ପେସାରେ ସେ ଜଣେ ପୋଲିସ ହାବିଲଦାର, ନାମ ସୁବାଷ ଚନ୍ଦ୍ର ସେଠୀ । ବଜାରରୁ ସଉଦା କରି ଘରକୁ ଫେରୁଥିବା ସମୟରେ ଛତ୍ରପୁର ହାଇସ୍କୁଲ ନିକଟସ୍ଥ ରାସ୍ତା କଡ଼ରୁ ଏକ ପର୍ସ ପାଇଥିଲେ। ପର୍ସରେ ଥିଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ, ATM କାର୍ଡ, ପାନ୍ କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର। କାହାର ସେ ପର୍ସ ଓ କିଭଳି ଭାବରେ ସେ ଏହାକୁ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବେ ସୁବାଷଙ୍କ ପାଇଁ ଥିଲା ଏକ ବଡ଼ ଆହ୍ୱାନ। ପରେ ସେ ନିଜ ଫେସବୁକରେ ଏହି ବିଷୟରେ ପୋଷ୍ଟ କରିଥିଲେ। ପର୍ସଟି ଯେଉଁ ବ୍ୟକ୍ତିଙ୍କର, ସେ ସଠିକ୍ ପ୍ରମାଣପତ୍ର ଦେଇ, ନେବାପାଇଁ ଫେସବୁକରେ ଅନୁରୋଧ କରିଥିଲେ। ଅନୁସନ୍ଧାନ କରିବା ପରେ ପର୍ସଟି ଜଣେ ଅଧ୍ୟାପକଙ୍କର ଜାଣିବାକୁ ପାଇଥିଲେ ସେ। ପର୍ସଟି ଛତ୍ରପୁର କଲେଜରେ କାର୍ଯ୍ୟରତ ଇତିହାସ ଅଧ୍ୟାପକ ଡଃ.ସୁଶାନ୍ତ କୁମାର ସେଠୀଙ୍କର ବୋଲି ଜାଣିବା ପରେ ତୁରନ୍ତ ସୁବାଷଙ୍କୁ ଯୋଗାଯୋଗ କରିଥିଲେ। ପରେ ସୁବାଷ ଅଧ୍ୟାପକଙ୍କୁ ସାକ୍ଷାତକରି ପର୍ସ ଫେରାଇଥିଲେ। ପର୍ସ ପାଇବା ପରେ କିଛି ସମୟ ପାଇଁ ଅଧ୍ୟାପକ ସୁଶାନ୍ତ ଭାବବ୍ୱହଳ ହେବା ସହ ସୁବାଷଙ୍କୁ ଧନ୍ୟବାଦ ଜଣାଇଥିଲେ।
ପର୍ସ ଫେରାଇବା ପରେ ପୋଲିସ ହାବିଲଦାର ଜଣକ ଫେସବୁକରେ ଫଟୋ ପୋଷ୍ଟ କରିଥିଲେ । ସୁବାଷଙ୍କ ଏଭଳି ମାନବିକତାକୁ ନେଇ ଗଣମାଧ୍ୟମରେ ଛୁଟୁଛି ପ୍ରଶଂସାର ସୁଅ। ବର୍ତ୍ତମାନ ସେ ଗଞ୍ଜାମ ପୋଲିସର ଗର୍ବ ଗୌରବ ପାଲଟିଛନ୍ତି।

Show More

Related Articles

Back to top button