ଓଡ଼ିଶା

ରାଜ୍ୟରେ ରେକର୍ଡ ସ୍ତରର କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନ୍ତଙ୍କ ସଂଖ୍ୟା ରାଜ୍ୟ ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ଆଜି ସର୍ବାଧିକ ୧୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ କେନ୍ଦ୍ରରୁ ସର୍ବାଧିକ  ୮୪୭ ଜଣ ଚିହ୍ନଟ ହୋଇଥିବାବେଳେ ୪୧୭ ଟି ଲୋକାଲ କେସ୍ ରହିଛି। ତେବେ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୨୧ହଜାର ୯୯କୁ ବୃଦ୍ଧି ପାଇଛି। ରାଜ୍ୟରେ ସର୍ବମୋଟ ୧୩ହଜାର ୭୪୯ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବାବେଳେ ୭୨୦୫ ଜଣ ଆକ୍ଟିଭ କେସ୍ ରହିଛି। ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button