ଦେଶ ବିଦେଶ

ମଦର ହୋମ ଡେଲିଭରି ପ୍ରସଙ୍ଗ; ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ମଦର ହୋମ ଡେଲିଭରି ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ମଦର କୌଣସି ଏକ ଆବଶ୍ୟକତା ଜିନିଷ ନୁହେଁ, ଯାହାର ଆମେ କୌଣସି ନିର୍ଦ୍ଦେଶ ପ୍ରଦାନ କରିବୁ।

ନୂଆଦିଲ୍ଲୀ: ପୁଣେ ଓ ନାସିକେର ମଦର ହୋମ ଡେଲିଭରି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରାଯାଇଥିଲା। ଯାହାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏହାକୁ ନେଇ କହିଛନ୍ତି, ମଦର କୌଣସି ଏକ ଆବଶ୍ୟକତା ଜିନିଷ ନୁହେଁ, ଯାହାର ଆମେ କୌଣସି ନିର୍ଦ୍ଦେଶ ପ୍ରଦାନ କରିବୁ। ସୂଚନା ଅନୁସାରେ, ମହାରାଷ୍ଟ୍ରର ୱାଇନ ମଞ୍ଚେଷ୍ଟ ଆସୋସିଏସନ ତରଫରୁ ଏକ ମାମାଲା ଦାୟର କରାଯାଇଥିଲା।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଏହି ମଦ ବିକ୍ରି ଉପରେ ମଧ୍ୟ ଏକ ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ। ଜୁଲାଇ ମାସରେ ମଦ ଦୋକାନ ଖୋଲାଯିବା ପରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦୋକାନ ମାନଙ୍କରେ ଗ୍ରାହକ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା। ଯାହା କୋରୋନା ସମୟରେ ଏକ ମହା ବିପଦ। ତେଣୁ ଏହାକୁ ପୁନଃ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ରାୟ ପ୍ରଦାନ କରାଯାଇଥିଲା। ଯାହାକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଖାରଜ କରିଦେଇଥିଲେ।
ଏହା ପୂର୍ବରୁ ସବୁଠାରୁ ବଡ଼ କଥା ତାମିଲନାଡୁ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ପରିବର୍ତ୍ତନ କରିଛନ୍ତି। ଯେଉଁଠି ମଦ ଦୋକାନ ବନ୍ଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ତାମିଲନାଡୁ ସରକାର ଉପରେ ନିର୍ଭର କରୁଛି ସେ କିପରି ମଦ ବିକ୍ରି କରିବେ। ରାଜ୍ୟରେ କିପରି ଭାବେ ମଦ ବିକ୍ରି କରିବେ ତାହା ଆମେ ସ୍ଥିର କରିବୁ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Show More

Related Articles

Back to top button