ଓଡ଼ିଶା

ଆଦିତ୍ୟ ଲେଖିଥିଲେ ସୁଇସାଇଡ୍ ନୋଟ: ଫରେନ୍‌ସିକ୍‌ ରିପୋର୍ଟ

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ। ଜବତ ହୋଇଥିବା ସୁଇସାଇଡ୍‌ ନୋଟ ସମ୍ପର୍କିତ ଫରେନ୍‌ସିକ୍‌ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ସୁଇସାଇଡ୍‌ ନୋଟ୍‌ ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍‌ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ। ଏହି ଘଟଣାରେ ଜବତ ହୋଇଥିବା ସୁଇସାଇଡ୍‌ ନୋଟ ସମ୍ପର୍କିତ ଫରେନ୍‌ସିକ୍‌ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇଛି। ସୁଇସାଇଡ୍‌ ନୋଟ୍‌ ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍‌ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଆଦିତ୍ୟଙ୍କ ପୂରୁଣା ହାତଲେଖା ସହ ସୁଇସାଇଡ୍‌ ନୋଟ୍‌ର ଲେଖା ମିଶୁଥିବା ରିପୋର୍ଟରେ ଦର୍ଶାଇଛି। ଫଳରେ ଆଦିତ୍ୟଙ୍କ ମୃତ୍ୟୁ ଏକ ପ୍ରକାର ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। କିନ୍ତୁ ଅନ୍ୟ ଦିଗ ପ୍ରତି ମଧ୍ୟ ତଦନ୍ତ ଚାଲିଥିବା ରେଲୱେ ପୁଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅନେକ ସସ୍‌ପେନ୍ସ ଲାଗି ରହିଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରୁଛନ୍ତି। ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଫରେନସିକ୍‌ ରିପୋର୍ଟ ମିଳିବା ପରେ ପୁଲିସ ମାମଲାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାରେ ସହଜ ହେବ ବୋଲି କୁହାଯାଉଛି।

Show More

Related Articles

Back to top button