ଦେଶ ବିଦେଶମନୋରଞ୍ଜନ

ବିଗ୍ ବିଙ୍କ କୋରୋନା ରିପୋର୍ଟ ନେଗେଟିଭ

ବିଗ୍ ବି ଅମିତାଭ ବଚ୍ଚନଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଅମିତାଭଙ୍କ ଆଉ ଦୁଇଟି ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ।

ମୁମ୍ୱାଇ: ବଲିଉଡର ଶେହନଶାହ ବିଗ୍ ବି ଅମିତାଭ ବଚ୍ଚନଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଯାହା ଅମିତାଭଙ୍କ ପ୍ରଶଂସକଙ୍କ ପାଇଁ ଖିୁସି ଖବର। କିନ୍ତୁ ଅମିତାଭଙ୍କ ଆଉ ଦୁଇଟି ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ। ସୂଚନା ଅନୁସାରେ, ଗତ ୧୨ ଦିନ ହେବ ଅମିତାଭ, ଅଭିଷେକ ବଚ୍ଚନ ମୁମ୍ବଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାସହ ଐଶ୍ୱର୍ଯ୍ୟା ଓ ଆରାଧ୍ୟ୍ୟା ବଚ୍ଚନ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ତାଙ୍କୁ ମଧ୍ୟ ପରେ ହସ୍ପିଟାଲରେ ଭର୍ତି କରାଯାଇଥିଲା।
ଅମିତାଭ ବଚ୍ଚନଙ୍କର ଜୁଲାଇ ୨୨ରେ ହୋଇଥିବା ସ୍ୱାବ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବା ନାନାବତୀ ହସ୍ପିଟାଲର ପକ୍ଷରୁ ସୂଚନା ମିଳିଛି। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଆଉ ୨ଟି ଟେଷ୍ଟ ରିପୋର୍ଟ ଆସିବା ପରେ , ଲଗାତାର ୩ଟି ଟେଷ୍ଟର ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଷେକ ବଚ୍ଚନଙ୍କର ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଆଜି ସନ୍ଧ୍ୟାରେ ଅଭିଷେକଙ୍କୁ ହସ୍ପିଟାଲରୁ ଡ଼ିସଚାର୍ଜ କରାଯିବାର ରହିଛି।ଏଯାଏଁ ଐଶ୍ୱର୍ଯ୍ୟା ଓ ଆରାଧ୍ୟ୍ୟାଙ୍କ ରିପୋର୍ଟ ଆସି ନାହିଁ।
ହସ୍ପିଟାଲରେ ରହିବା ସମୟରେ ଅମିତାଭ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଛନ୍ତି। ଏକ ଚିନ୍ତାଗ୍ରସ୍ତ ସମୟରେ ନିଜ ମଧ୍ୟରେ କିପରି ସକରାତ୍ମକ ମନୋଭାବ ବୃଦ୍ଧି କରାଯିବ ତାକୁ ନେଇ ଅନେକ ଟ୍ୱିଟ୍ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ।

Show More

Related Articles

Back to top button