Breaking PLUSଦେଶ ବିଦେଶ

ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ଜେଲଦଣ୍ଡ

ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା କରାଯାଇଛି ।

ନୂଆଦିଲ୍ଲୀ: ମହାମାରୀ କୋରୋନାର ପ୍ରକୋପରେ ସମସ୍ତେ ବେହାଲ। ଲକଡାଉନ, ସଟଡାଉନ ଓ କର୍ଫ୍ୟୁକୁ ନେଇ ଚିନ୍ତାରେ ଲୋକେ। ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସରକାର ନିଜ ରାଜ୍ୟ ମାନଙ୍କରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମହାମାରୀ କୋରୋନାରୁ ଦୂରରେ ରହିବା ପାଇଁ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ଉପରେ ସରକାର ବ୍ୟାପକ ଧ୍ୟାନ ଦେଉଛନ୍ତି। ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି । କେତେକ ରାଜ୍ୟରେ ଏଥିପାଇଁ ଜରିମାନା ବ୍ୟବସ୍ଥା ରହିଛି । ଆମ ଓଡ଼ିଶାରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଉଛି । କିନ୍ତୁ ପଡ଼ୋଶୀ ଝାଡ଼ଖଣ୍ଡରେ ରାଜ୍ୟ ସରକାର ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ପାଇଁ ଏପରି ଦଣ୍ଡର ବ୍ୟବସ୍ଥା କରିଛନ୍ତି, ଯେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା କରାଯାଇଛି ।
ବୁଧବାର ଝାଡ଼ଖଣ୍ଡ କ୍ୟାବିନେଟ ସଂକ୍ରାମକ ରୋଗ ଅଧ୍ୟାଦେଶ-୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ସେହିପରି ଲକଡାଉନ ନିୟମ ଉଲ୍ଲଙ୍ଘନ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।

Show More

Related Articles

Back to top button