ଖେଳ

ଆଇପିଏଲ : ଆଜି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଏବଂ ହାଇଦ୍ରାବାଦ୍

ଆଜି ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଆଇପିଏଲର ୪୪ତମ ମ୍ୟାଚ୍ । ଏହି ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ୍ । ତେବେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

ଉଭୟ ଦଳ ଚଳିତ ଆଇପିଏଲରେ ଏଯାଏଁ ୧୦ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ, ଚେନ୍ନାଇ ସୁପରକିଙ୍ଗସ ୮ଟି ବିଜୟ ସହ ୧୬ ଅଙ୍କ ନେଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେପଟେ ହାଇଦ୍ରାବାଦର ପ୍ରଦର୍ଶନ ଚଳିତ ଆଇପିଏଲରେ ନୈରାଶ୍ୟଜନକ ରହିଛି । ଦଳ ମୋଟ୍ ୧୦ଟି ମ୍ୟାଚରୁ ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇପାରିଛି ।

Show More

Related Articles

Back to top button