ଖେଳ

ଚେନ୍ନାଇ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ

ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ଏବଂ ହାଇଦ୍ରାବାଦ । ଆଜି ମୈଦାନରେ ଚେନ୍ନାଇ ଚମତ୍କାର ପ୍ରଦର୍ଶନ କରିଛି । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦ ୧୩୪ ରନ କରିବାରେ ସଫଳ ହୋଇଛି । ଏବେ ଚେନ୍ନାଇ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚରେ ଜିତିବାକୁ ହେଲେ ହାଇଦ୍ରାବାଦର ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା ହାଇଦ୍ରାବାଦ ଦଳ । ହେଲେ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ ରିଦ୍ଧିମାନ ଶାହା ୪୪ ରନ କରିଥିଲା ବେଳେ ଅଭିଷେକ ଶର୍ମା ଓ ଅବଦୁଲ ଶାମଦ ୧୮ ଲେଖାଏଁ ରନ କରିଥିଲେ । ଫଳରେ ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିଛି ହାଇଦ୍ରାବାଦ ।

Show More

Related Articles

Back to top button