ଓଡ଼ିଶାମୁଖ୍ୟ ଖବର

ଫ୍ରି ଫାୟାର ଖେଳିବାକୁ ମନା କରିବାରୁ ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

ମୋବାଇଲ ଗେମ୍ ହେଲା କାଳ । ଅଦିନରେ ଚାଲିଗଲା ଜୀବନ । ପରିବାର ଲୋକ ଗେମ୍ ଖେଳିବାକୁ ମୋବାଇଲ ଦେଲେ ନାହିଁ ଏହି କାରଣରୁ ଅସନ୍ତୁଷ୍ଟ ନାବାଳକ ଆତ୍ମହତ୍ୟା କରିଦେଇଥିବାର ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରୁ ।

ସୂଚନା ଅନୁସାରେ ଘସିପୁରା ଥାନା ଇନ୍ଦୁପୁର ଗାଁର ନବମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ସ୍କୁଲରୁ ଫେରି ଗେମ୍ ଖେଳିବା ପାଇଁ ମୋବାଇଲ ଦେବାକୁ ପରିବାର ଲୋକଙ୍କୁ ମାଗିଥିଲେ । ମୋବାଇଲରେ ଫ୍ରି-ଫାୟାର ଗେମ୍ ଖେଳିବାକୁ ସେ ଜିଦ୍ ଧରିଥିଲେ । ହେଲେ ଏହାକୁ ବାରଣ କରିଥିଲେ ତାଙ୍କ ମାଆ, ଆଉ ଏହାକୁ ନେଇ ସୌମ୍ୟରଞ୍ଜନ ଖୁବ୍ ବ୍ୟସ୍ତ ହୋଇଯାଇଥିଲେ । ଏହା ପରେ ସେ ଛାତ ଉପରକୁ ଯାଇ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପରିବାର ଲୋକ ଆଣିଥିଲେ, ହେଲେ ତାଙ୍କୁ ବଞ୍ଚାଯାଇ ପାରି ନଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Back to top button