ଦେଶ ବିଦେଶ

୩୧ ଜୁଲାଇରେ ବାହାରିବ ସିବିଏସଇ ଦ୍ୱାଦଶ ରେଜଲ୍ଟ

ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କଲେ ସିବିଏସଇ କର୍ତ୍ତୃପକ୍ଷ

ଦ୍ୱାଦଶ ପରୀକ୍ଷା ଫଳକୁ ନେଇ ସିବିଏସଇ ସୁପ୍ରିମକୋର୍ଟରେ ଏକ ସାନି ସତ୍ୟପାଠ ଦାଖଲ କରିଛି । ସତ୍ୟପାଠ ଅନୁସାରେ, ଜୁଲାଇ ୩୧ ତାରିଖରେ ପରୀକ୍ଷା ଫଳ ଘୋଷଣା କରାଯିବ । ଯଦି ପରୀକ୍ଷା ଫଳକୁ ନେଇ କୌଣସି ବିବାଦ ରହେ ତେବେ ଏହାକୁ କମିଟିକୁ ପଠାଯିବ । ବିକଳ୍ପ ପରୀକ୍ଷା ପାଇଁ ଅନଲାଇନରେ ପଞ୍ଜିକରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ । ଏହି ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ହେବ । ଏହି ପରୀକ୍ଷାରେ ମିଳିଥିବା ମାର୍କକୁ ଚୁଡାନ୍ତ ମାର୍କ ଭାବେ ବିବେଚନା କରାଯିବ ।ଏହାପୂର୍ବରୁ ସିବିଏସଇ ସୁପ୍ରିମକୋର୍ଟରେ କହିଥିଲା ଯେ, ବୋର୍ଡ ଛାତ୍ରଙ୍କ ଦ୍ୱାରା ଦାଖଲ ଅଭିଯୋଗର ଅଧ୍ୟୟନ କରିବ । ଆବେଦନକାରୀ ୟୁପି ପ୍ୟାରେଣ୍ଟସ୍ ଆସୋସିଏସନ ତରଫରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଥିଲେ ଯେ, ଯେଉଁ ଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଚାହାଁନ୍ତି ସେମାନଙ୍କୁ ଡବଲ ମାସ୍କ ସହ ଅନୁମତି ମିଳିବା ଆବଶ୍ୟକ । ପୂର୍ବ ମାର୍କ ଆଦାରରେ ଦ୍ୱାଦଶ ମାର୍କ ମିଳିବା ନେଇ ଦ୍ୱନ୍ଦ୍ୱ ରହିଛି । ଦ୍ୱାଦଶ ପରୀକ୍ଷା ଓ ଫଳ ବହୁ ଗୁରୁତ୍ୱ ବହନ କରେ ।

ଏଥିରେ ଦଶମ-ଏକାଦଶ-ଦ୍ୱାଦଶ ଫର୍ମୁଲା ଉପଯୁକ୍ତ ନୁହେଁ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ବିଭିନ୍ନ ପ୍ରସଙ୍ଗ ଓ ପରାମର୍ଶ ଉପରେ ଅଧ୍ୟୟନ କରାଯିବ ବୋଲି କହିଥିଲେ ।ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ବେଳେ କହିଥିଲେ ଯେ, ସିବିଏସଇର ଯୋଜନାକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ କରାଯାଇଛି । କିନ୍ତୁ ରେଜିଷ୍ଟ୍ରୀ ଏବେସୁଦ୍ଧା ଶୁଣାଣି ପାଇଁ ତାଲିକାଭୂକ୍ତ କରିନାହାଁନ୍ତି।ସେହିପରି ଆଟର୍ଣ୍ଣିଂ ଜେନେରାଲ ସୁପ୍ରିମକୋର୍ଟରେ କହିଥିଲେ ଯେ, ସେ ସିବିଏସଇର ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ସମସ୍ତ ଆବେଦନକ ଶୁଣାଣି ପରେ ନିଆଯାଉ । ସୁପ୍ରିମକୋର୍ଟ ସିବିଏସଇକୁ କହିଥିଲେ ଯେ, କୋର୍ଟ ବୋର୍ଡର ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି କିନ୍ତୁ କିଛି ଆବେଦନରେ ବୋର୍ଡ ପରୀକ୍ଷାକୁ ରବ୍ଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି ।

Show More

Related Articles

Back to top button