ଦେଶ ବିଦେଶ

ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ

ଓଡିଶାରେ ସଫଳତାର ସହ ଶେଷ ହେଲାଣି ୧ କୋଟି ଟିକାକରଣ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି

ରାଜ୍ୟରେ ସ୍ବାସ୍ଥ୍ୟ କର୍ମୀ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସମେତ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ଏକ କୋଟିରୁ ଅଧିକ ଲୋକଙ୍କୁ ଭ୍ୟାକସିନ ଦିଆସରିଛି । ୨୦୨୧ ଜାନୁଆରୀ ୧୬ ତାରିଖରୁ ରାଜ୍ୟରେ ନିରନ୍ତର ଭାବେ ଟିକାକରଣ ଜାରି ରହିଛି ।

ସଫଳତାର ସହିତ ଓଡିଶାରେ ଟିକାକରଣ ଜାରି ରହିଥିବାରୁ କୋଭିଡ୍ ୧୯ ବିରୁଦ୍ଧରେ ନିରନ୍ତର ଲଢୁଥିବା ଆମ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେପଟେ ଦେଶରେ ମଧ୍ୟ କରୋନା ଭାଇରସ ବିରୁଦ୍ଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଜୁନ ୨୧ ତାରିଖ, ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪୭ ଲକ୍ଷରୁ ଅଧିକ ଲୋକଙ୍କ ଟିକାକରଣ କରି ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୩ ଟା ସୁଦ୍ଧା ଭାରତରେ ୪୭.୫ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା, ଯାହା ଏପର୍ଯ୍ୟନ୍ତ କୌଣସି ଦିନରେ ଦିଆଯାଇଥିବା ଟିକା ସଂଖ୍ୟାଠାରୁ ଅଧିକ।

Show More

Related Articles

Back to top button