Breaking PLUSଦେଶମୁଖ୍ୟ ଖବର

ପୋଲର କାନ୍ଥରେ ଧକ୍କା ହେଲା କାର, 4ଜଣଙ୍କ ମତ୍ୟୁ

ଚେନ୍ନାଇ, 20 ଜାନୁୟାରୀ – ତାମିଲନାଡୁର ତାଞ୍ଜାଭୁରରେ ଦୁର୍ଘଟଣାରେ ଥୁଥୁକୁଡି ଜିଲ୍ଲାର 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7ଜଣ ଆହତ ହୋଇଛନ୍ତି । ଶନିବାର ଭୋରରେ ତଞ୍ଜାଭୁର ଜିଲ୍ଲାର ମନୋରା ନିକଟ ଇଷ୍ଟକୋଷ୍ଟ ରୋଡରେ କାର ଏକ ପୋଖରୀର ପୋଲ ଦେଇ ଯାଉଥିଲା । ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବା କାରଣରୁ କାରଟି ପୋଲର କାନ୍ଥରେ ଧକ୍କା ହୋଇଥିଲା ।
ଏହି କାରରେ ଥୁଥୁକୁଡି ଜିଲ୍ଲାର ମୁନଭାୟଲ ଅଞ୍ଚଳରୁ ଗୋଟିଏ ପରିବାରର 11ଜଣ ଲୋକ କାରରେ ଭେଲନକନ୍ନି ଯାଉଥିଲେ । ମୃତାହତଙ୍କୁ ଉଦ୍ଧାର କରି ତଞ୍ଜାଭୁଲ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଛି । ପୋଲିସ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ମେଡିକାଲକୁ ପଠାଇଛି ।

Show More

Related Articles

Back to top button