Breaking PLUSଦେଶମୁଖ୍ୟ ଖବର

ତିରୁଚିରାପଲ୍ଲୀରେ ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପିଏମ ମୋଦି

ତିରୁଚିରାପଲ୍ଲୀ, 20 ଜାନୁୟାରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜିଠୁ ଦୁଇଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବଧିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ଦିରରେ ଦର୍ଶନ କରିବେ । ଏଥିରେ ଧନୁଷକୋଟିରେ ଥିବା କୋନ୍ଦଡ ରାମସ୍ୱାମୀ ମନ୍ଦିର ଓ ଶ୍ରୀ ଅରୁଲିମଗୁ ରାମନାଥସ୍ୱାମୀ ମନ୍ଦିର ରହିଛି ।
ବିଜେପି ପକ୍ଷରୁ ଏକ୍ସରେ ହ୍ୟାଣ୍ଡେଲରେ ପିଏମ ମୋଦିଙ୍କ ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିରରେ ପହଞ୍ଚିବା ଓ ପୂଜାର୍ଚ୍ଚନା କରୁଥିବାର ଫଟୋ ସେୟାର କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀରଙ୍ଗନାଥସ୍ୱାମୀ ମନ୍ଦିରରେ କମ୍ବ ରାମାୟଣର ଛନ୍ଦ ପାଠ ମଧ୍ୟ ଶୁଣିବେ । ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଶୟନ ରୂପ ଶ୍ରୀରଙ୍ଗନାଥସ୍ୱାମୀ ରହିଛନ୍ତୀ ।

Show More

Related Articles

Back to top button