Breaking PLUSଦେଶମୁଖ୍ୟ ଖବର

ଶିମଲାରେ କାର ଦୁର୍ଘଟଣାଗ୍ରସ୍ତ, ଦମ୍ପତିଙ୍କ ସମେତ 3 ମୃତ

ଶିମଲା, ୨ ଫେବୃଆରୀ – ଶିମଲା ଜିଲ୍ଲାର କୁମାରସେନ ତହସିଲରେ ଏକ କାର ଭାରସାମ୍ୟ ହରାଇ ସତଲେଜ ନଦୀକୁ ଖସିପଡିଛି । କାରରେ ଦମ୍ପତିଙ୍କ ସମେତ 5ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଦମ୍ପତି ଓ କାର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଦୁଇଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ରାମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲୁହରୀ-ସୁନ୍ନୀ ମାର୍ଗର ମହୋଲିରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି ।
ପୋଲିସ ମୁତାବକ, ସମସ୍ତ ଲୋକ କିନ୍ନୌରର ବାସିନ୍ଦା । ସମସ୍ତ ବାସିନ୍ଦା କିନ୍ନୌରର ସେଲେରିୟାରୁ ଚଣ୍ଡିଗଡ ଅଭିମୁଖେ ଯାଉଥିଲେ । ଏହାପରେ କାରଟି ଭାରସାମ୍ୟ ହରାଇ ସତଲେଜ ନଦୀକୁ ଖସିପଡିଥିଲା । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button