Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନର ବେଲୁଚିସ୍ତାନରେ ବୋମା ଓ ଗ୍ରେନେଡ୍ ମାଡ

କ୍ୱେଟା, ୨ ଫେବୃଆରୀ – ପାକିସ୍ତାନର ବେଲୁଚିସ୍ତାନରେ ଗୁରୁବାର ଦିନ ଅତି କମରେ 10ଟି ସ୍ଥାନରେ ବୋମା ଓ ଗ୍ରେନେଡ୍ ମାଡ ହୋଇଛି । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସରକାରୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପାକିସ୍ତାନ ଗଣମାଧ୍ୟମ ସୂଚନା ମୁତାବକ, ଆକ୍ରମଣକାରୀ ଅନେକ ପୋଲିସ ଷ୍ଟେସନ ଓ ଉପାୟୁକ୍ତ କାର୍ଯ୍ୟାଳୟକୁ ଟାର୍ଗେଟ କରିଥିଲେ । ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଓ ଜଣେ ଜେଲ ୱାଡନ ସହିତ 6ଜଣ ଲୋକ ଆହତ ହୋଇଛନ୍ତି । କ୍ୱେଟା ସମେତ ପୁରା ବେଲୁଚିସ୍ତାନରେ ଅତିକମରେ 10ଟି ସ୍ଥାନରେ ବୋମା ଓ ଗ୍ରେନେଡ୍ ମାଡ କରାଯାଇଛି ।
କ୍ୱେଟା ଏସଏସପି ଅନୁସାରେ, କ୍ୱେଟାର ସ୍ପିନି ଅଞ୍ଚଳରେ ସିପିଇସି ରୋଡର ଫୁଟପାଥ ଉପରେ ଥିବା ଏକ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣେ ରାହଗିରିଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ ବିଲ୍ଡିଂ ଓ କିଛି ଗାଡି କ୍ଷତିଗ୍ରସ୍ତ ହୋଇଛି । ଆହତଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button