Breaking PLUSଓଡ଼ିଶାମୁଖ୍ୟ ଖବର

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା, ଆଜି ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣା । ଆଜି କନ୍ୟା ସନ୍ତାନର ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।

ବାପା, ମା’ ଓ ପିଲାର ନମୁନା ସଂଗ୍ରହ କରାଯିବା ସହ ଏହାକୁ ପରୀକ୍ଷାଗାରକୁ ପଠାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରବିବାର ନମୁନା ସଂଗ୍ରହ ହୋଇପାରିନଥିବା ଜଣାପଡ଼ିଛି।

ଡାକ୍ତରୀ ଦଳଙ୍କ ତଦନ୍ତ ରିପୋର୍ଟକୁ ଅଭିଯୋଗକାରୀ ଗ୍ରହଣ ନ କରିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଏହି ବିବାଦର ପୂର୍ଣ୍ଣଚ୍ଛେଦ ଘଟିବ ।

Show More

Related Articles

Back to top button