Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆତଙ୍କବାଦୀ ହତ୍ୟା ଘଟଣାରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା କାନାଡା, କଡା ଜବାବ ଦେଲା ଭାରତ

କାନାଡାରେ ଜଣେ ଖାଲିସ୍ତାନୀ ଆତଙ୍କବାଦୀର ହତ୍ୟା ଘଟଣାରେ ଭାରତୀୟ କୂଟନୀତିଜ୍ଞଙ୍କୁ କନାଡାରୁ ବହିଷ୍କାର କରାଯାଇଛି । ଏହାର କଡା ଜବା ଭାରତ ଦେଇଛି । କାନାଡାର କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଭାରତ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି ।

ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଖାଲସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରାଯାଇଥିଲା । ଏଥିରେ ଭାରତର ହାତ ଥିବା କଥା କନାଡାର କେତକ ନେତା ଅଭିଯୋଗ କରିଥିଲେ . ଭାରତୀୟ ଏଜେଣ୍ଟମାନେ ଏହି ଆତଙ୍କବାଦୀକୁ ହତ୍ୟା କରିଥିବା କଥା ସେମାନେ କହିଥିଲେ । ଏଥିପାଇଁ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିଥିଲା । କନାଡାର ବୈଦେଶିକ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍‌ ମଧ୍ୟ ଭାରତ ବିରୋଧି ମନ୍ତବ୍ୟ ଦେଇଥିଲେ । ମାତ୍ର ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା ।

ହରଦୀପ ସିଂ ଭାରତ ବିରଧି ହିଂସାରେ ସାମିଲ ଥିଲା । ସେ କନାଡା ସରକାରଙ୍କ ଛତ୍ରଛାୟାରେ କାନାଡାରେ ରହୁଥିଲା । ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍‌ ତାଲିକାରେ ତା ନାଥିଲା । ହରଦୀପ ସିଂକୁ ଧରିବା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଣଷା କରାଯାଇଥିଲା । ୨୦୨୨ ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କ ହତ୍ୟା ଘଟଣାରେ ସାମିଲ ଥିଲା . ସେ ଖାଲିସ୍ତାନ ଟାଇଇଗର ଫୋର୍ସ ନାମକ ଆତହ୍କବାଦ ସଙ୍ଗଠନ କରିଥିଲା ।
ଭାରତର କୂଟନୀତିଜ୍ଞଙ୍କ ବହିଷ୍କାର ଘଟଣାରେ ଭାରତରେ ଥିବା କାନାଡାର ହାଇକମିଶନରଙ୍କୁ ଜବାବ ମାଗି ସହ ତାଙ୍କର ବରିଷ୍ଠ କୂଟନୀତିଜ୍ଞଙ୍କୁ ଭାରତ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି ।

Show More

Related Articles

Back to top button