Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବିହାରରେ ବଜ୍ରପାତ ନେଲା 6 ଜୀବନ

ବିହାରର ଔରଙ୍ଗବାଦ ଜିଲ୍ଲାରେ ବଜ୍ରପାତ ହେତୁ ଗୋଟିଏ ଦିନରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଚାଷ ଜମିରେ କାମ କରୁଥିବା ଲୋକଙ୍କ ଉପରେ ବଜ୍ରପାତ ଯୋଗୁଁ ଅଧିକାଂଶ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହ ବଜ୍ରପାତରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଖରାପ ପାଣିପାଗ ଏବଂ ବର୍ଷା ସମୟରେ ଘରୁ ବାହାରକୁ ନ ଆସିବାକୁ ଶ୍ରୀ ନୀତୀଶ କୁମାର ଲୋକଙ୍କୁ ନିବେଦନ କରିଛନ୍ତି। ପାଣିପାଗ ବିଭାଗ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବିହାରର ଦକ୍ଷିଣ, ଉତ୍ତର-ପଶ୍ଚିମ ଏବଂ ଉତ୍ତର ମଧ୍ୟ ଭାଗରେ ବର୍ଷା ଓ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ରାଜ୍ୟର ସାରନ୍, ସିୱାନ୍, ଗୋପାଳଗଞ୍ଜ, ସୀତାମଢ଼ୀ, ମଧୁବନି, ଦରଭଙ୍ଗା, ଶିବହର, ବୈଶାଳୀ, ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲା ପାଇଁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି।

Show More

Related Articles

Back to top button