ଜୀବନଚର୍ଯ୍ୟା

ଏହି ୫ଟି ଜିନିଷ ବ୍ୟବହାର କରି ଗୋଲାପ ଜଳରେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରନ୍ତୁ

ଆସନ୍ତୁ ପଢିବା ସେ ବିଷୟରେ-

ଗୋଲାପଜଳ ଆମେ ଘରେ ଘରେ ବ୍ୟବହାର କରିଥାଉ l ଖାଇବାରେ ହେଉ କିମ୍ବା ପ୍ରସାଧନ ରେ ହେଉ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି l ଆଜି ଆମେ ଗୋଲାପଜଳର ସୌନ୍ଦର୍ଯ୍ୟ ପାଇଁ କଣ କଣ ଅବଦାନ ରହିଛି ଆସନ୍ତୁ ଜାଣିବା l

* ପ୍ରତିଦିନ ସ୍ନାନ ଜଳରେ ଗୋଲାପଜଳ ପକାଇ ସ୍ନାନ କଲେ ଶରୀରରୁ ବାସନା ଆସିଥାଏ l ଏହା ସହିତ ମନ ଓ ଶରୀର ସୁସ୍ଥ ,ସତେଜ ରୁହେ l

* ଗୋଲାପଜଳ,ମହୁ ଓ ଲେମ୍ବୁରସ ମିଶାଇ ମୁହଁରେ ଲଗାନ୍ତୁ l ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ l ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାରେ ସାହାଯ୍ୟ କରେ l

* ଗୋଲାପଜଳରେ କର୍ପୁର ମିଶାଇ ଲଗାଇଲେ ଚର୍ମରୋଗ ଦୂର ହେବାସହ ତ୍ୱଚା ଉଜ୍ବଳ ହୋଇଥାଏ l

* ଗୋଲାପଜଳରେ ଗ୍ଲିସେରିନ ଓ ଲେମ୍ବୁରସ ସମାନ ପରିମାଣର ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ l ଏହି ମିଶ୍ରଣକୁ ଆପଣ ମଶ୍ଚରାଇଜର ଭାବେ ମୁହଁରେ ବ୍ୟବହାର କରିପାରିବେ l

* ଗୋଲାପଜଳରେ କିଛି ବୁନ୍ଦା ଜଡ଼ାତେଲ ଓ କଞ୍ଚାଦୁଗ୍ଧ ମିଶାଇ ଫେସପ୍ୟାକ ପ୍ରସ୍ତୁତତା କରନ୍ତୁ l ଏହାକୁ ହଳୁକା ହାତରେ ତ୍ୱଚାରେ ଲଗାନ୍ତୁ l ୩0 ମିନିଟ ପରେ ଧୋଇ ଦିଅନ୍ତୁ l ଏହା କରିବା ଦ୍ୱାରା ମୁହଁର ଉଜ୍ବଳତା ଫେରିବା ସହ କଳାଦାଗ ମଧ୍ୟ ଦୂର ହୋଇଥାଏ l

Show More

Related Articles

Back to top button