Breaking PLUSଓଡ଼ିଶାମୁଖ୍ୟ ଖବର

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ଆଜି ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗାଁର ହୀନ ସାମଲ (୬୫) ଓ ବିଷ୍ଣୁ ସାମଲ(୫୫)।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ ହୀନ ଓ ବିଷ୍ଣୁ ଫୁଲ କୋବି ତୋଳିବା ପାଇଁ ନିଜ ବିଲକୁ ଯାଇଥିଲେ। ଏହି ସମୟରେ ବିଦ୍ୟୁତ୍ ଖୁଣ୍ଟରୁ ଛିଡ଼ି ବିଲରେ ପଡିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ।

ଖବର ପାଇ ପୁଅ ଗୌଡ଼ ଉଭୟଙ୍କୁ ଉଦ୍ଧାର କରି ହିଞ୍ଜିଳି ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Show More

Related Articles

Back to top button