Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ଗୁଳିରେ ମହିଳା କ୍ୟାଡର ନକ୍ସଲ ନିହତ

କନ୍ଧମାଳରେ ନକ୍ସଲ ଅପରେସନ୍ ବେଳେ ଜଣେ ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି।

କନ୍ଧମାଳରେ ନକ୍ସଲ ଅପରେସନ୍ ବେଳେ ଜଣେ ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି।

ପୁଲିସ୍‌ ଡିଜି ଗଣମାଧ୍ୟକୁ ଦେଇଥିବା ସୂଚନା ଅନୁଯାୟୀ, କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ନକ୍ସଲମାନେ ଗୁଳି ବର୍ଷଣ କରିଥିଲେ। ଫଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ଏହାର ପାଲଟା ଜବାବ ଦିଆଯିବାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ।

ଏହାପରେ ଘଟଣାସ୍ଥଳ ତଦନ୍ତ କରାଯିବା ସମୟରେ ୟୁନିଫର୍ମରେ ଥିବା ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ କିନ୍ତୁ ମିଳିପାରିନି।ଘଟଣାସ୍ଥଳରୁ ଗୁଳି ଓ ୨ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏହାପରେ ଉକ୍ତ ଅଞ୍ଚଳରେ କମ୍ବି ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି।

ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରଙ୍କ ଘୋଷିତ ସୁବିଧା ନିଅନ୍ତୁ ବୋଲି ଡିଜିପି ଅଭୟ କହିଛନ୍ତି।

Show More

Related Articles

Back to top button