Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର ୧୬ରୁ ଓଡ଼ିଶାରେ ବସ୍ ସେବା ବନ୍ଦ!

ଆସନ୍ତା ନଭେମ୍ବର ୧୬ରୁ ସାରା ରାଜ୍ୟରେ ବନ୍ଦ ରହିବ ବସ୍ ସେବା । ରାଜ୍ୟ ଘରୋଇ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମୋଟ୍ ୧୪ ହଜାର ଘରୋଇ ବସ୍ ରହିଛି । କିନ୍ତୁ କୋଭିଡ ଗାଇଡଲାଇନ୍ କୋହଳ ହେବା ପରଠୁ ରାଜ୍ୟରେ ମାତ୍ର ୬୦% ବସ୍‌ ଚଳାଚଳ କରୁଛି । ଯାତ୍ରୀ ହେଉନଥିବା ବେଳେ, ବସ୍ କ୍ଷତିରେ ଚାଲୁଛି ବୋଲି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ପୂର୍ବରୁ ଟିକସ ଛାଡ କରିବା ସହିତ ୧ ଲକ୍ଷ ଋଣ ଦେବାକୁ ସରକାର ଘୋଷଣା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସରକାର ଋଣ ପ୍ରଦାନ କଲେ ନାହିଁ । ମହାମାରୀ ଭଳି କରୋନା ସମୟରେ ବସ ଚଳାଚଳ କିଛି ମାତ୍ରାରେ ପ୍ରଭାବିତ ହୋଇଥିବାରୁ ମାଲିକମାନେ କ୍ଷତି ସହୁଛନ୍ତି । ଖାଲି ସେତିକି ନୁହେଁ, କରୋନା ସାଙ୍ଗକୁ ତୈଳ ଦର ବୃଦ୍ଧି ଯୋଗୁ ଭଡା ବୃଦ୍ଧି ହେଉଛି । ଯାହାର ପ୍ରଭାବ ସିଧାସଳଖ ଯାତ୍ରୀ ମାନଙ୍କ ପରେ ପଡୁଛି । ଏଭଳିସ୍ଥିତିରେ ସରକାର ତୈଳ ଦର ହ୍ରାସ କରିବାକୁ ବସ୍ ମାଲିକ ସଂଘ ଦାବି କରିଛି । ନଭେମ୍ବର ୧୫ ଭିତରେ ଦାବିପୂରଣ ନହେଲେ ବସ୍ ସେବା ବନ୍ଦ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

Show More

Related Articles

Back to top button