ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ବ୍ରିଟେନର ନୂଆ ରାଜା କିଙ୍ଗ୍ ଚାର୍ଲସ ବିନା ପାସପୋର୍ଟରେ ଯେକୌଣସି ଦେଶ ଭ୍ରମଣ କରିପାରିବେ

ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସଙ୍କୁ ତୁରନ୍ତ ରାଜା ଭାବେ ଘୋଷଣା କରାଯାଇଛି। ବ୍ରିଟେନର ନୂଆ ରାଜାଙ୍କ ପାଇଁ ଉପଲବ୍ଧ ଥିବା ସବୁ ପ୍ରକାରର ରାଜକୀୟ ସୁବିଧା ଏବେ କିଙ୍ଗ ଚାର୍ଲସ ଉପଭୋଗ କରିପାରିବେ। ବ୍ରିଟେନର ନୂଆ ରାଜା ଚାର୍ଲସ ବିନା ପାସପୋର୍ଟରେ ଯେକୌଣସି ଦେଶ ଭ୍ରମଣ କରିପାରିବେ କୌଣସି ଅସୁବିଧା ହେବ ନାହିଁ। ସେ ବିନା ଲାଇସେନ୍ସରେ ମଧ୍ୟ ଡ୍ରାଭିଂ କରିପାରିବେ। ଏଥିସହ ଆହୁରି ଅନେକ ସବୁଧା ସୁଯୋଗ ମଧ୍ୟ ସେ ପାଇ ପାରିବେ। ଇଂଲଣ୍ଡର ସବୁ ହଂସର ମାଲିକ ହେବେ ଓ ବର୍ଷକୁ ଦୁଇ ଥର କିଙ୍ଗ ଚାର୍ଲସଙ୍କ ଜନ୍ମଦିନ ପାଳନ କରାଯିବ। କିଙ୍ଗ ଚାର୍ଲସ ତୃତୀୟ ବିନା ପାସପୋର୍ଟରେ ବିଦେଶ ଭ୍ରମଣ କରିପାରିବେ। ରାଜ ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ତାଙ୍କୁ ଯାତ୍ରା ପାଇଁ କୌଣସି ପ୍ରକାରର ଦସ୍ତାବିଜ ଦେଖାଇବାକୁ ପଡ଼ିବ ନାହିଁ। କାରଣ ପାସପୋର୍ଟ ରାଜାଙ୍କ ନାଁରେ ହିଁ ଜାରି କରାଯାଇଥାଏ। ସେହିପରି ରାଜା ବ୍ରିଟେନର ଏକମାତ୍ର ବ୍ୟକ୍ତି ଯିଏ ବିନା ଲାଇସେନ୍ସରେ ଗାଡ଼ି ମଧ୍ୟ ଚଳାଇ ପାରିବେ । ଚାର୍ଲସଙ୍କ ମା’ ରାଣୀ ଏଲିଜାବେଥ ଦ୍ୱିତୀୟ ଦୁଇଟି ଜନ୍ମଦିନ ପାଳନ କରୁଥିଲେ। ତାଙ୍କର ପ୍ରକୃତ ଜନ୍ମଦିନ ହେଉଛି ଏପ୍ରିଲ ୨୧। ଏହି ଜନ୍ମଦିନକୁ ବ୍ୟକ୍ତିଗତ ସମାରୋହରେ ପାଳନ କରାଯାଏ। ଦ୍ୱିତୀୟ ଜନ୍ମଦିନଟି ହେଉଛି ସାର୍ବଜନୀନ କାର୍ଯ୍ୟକ୍ରମ। ଯାହା ଜୁନ୍ ଦ୍ୱିତୀୟ ମଙ୍ଗଳବାରରେ ପାଳନ କରାଯାଏ। ଏବେ ରାଣୀ ଏଲିଜାବେଥଙ୍କ ପୁଅ ନୂତନ ରାଜା ଚାର୍ଲସ ମଧ୍ୟ ଦୁଇଟି ଜନ୍ମଦିନ ପାଳନ କରିବେ।

Show More

Related Articles

Back to top button