Breaking PLUSଓଡ଼ିଶାମୁଖ୍ୟ ଖବର

ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ

ଭୁବନେଶ୍ୱର, 16 ଫେବୃଆରୀ – ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ହୋଇଥିବା ରେଡ ବେଳେ ବସନ୍ତଙ୍କର ଭୁବନେଶ୍ୱରରେ 2ଟି ଦାମୀ ଫ୍ଲାଟ, 2ଟି କର୍ମସିଆଲ ସପିଂ ଆଉଟଲେଟ ଠାବ ହୋଇଛି । ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ସହରର ହାଇଫାଇ ଅଞ୍ଚଳରେ ଫ୍ଲାଟ କ୍ରୟ ପାଇଁ ରିଟେଲରଙ୍କୁ 2.23 କୋଟି ଆଡଭାନ୍ସ ଦେଇଥିବା ଜଣାପଡିଥିଲା । ଏହାସହିତ 3.90 କୋଟିରୁ ଅଧିକ ଜମା, 590 ଗ୍ରାମର ସୁନା , ନଗଦ 1.16 ଲକ୍ଷ ଇତ୍ୟାଦି ମିଳିଛି, ଯାହାର ସେ ସନ୍ତୋଷଜନକ ଭାବରେ ହିସାବ କରିପାରିନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

Show More

Related Articles

Back to top button