ସ୍ୱାସ୍ଥ୍ୟ

ପାଟିକୁ ସୁସ୍ୱାଦୁ ଲାଗୁଥିବା ବୁଟ ଡାଲିରେ ରହିଛି ଜବଦସ୍ତ ଲାଭ

ଜାଣନ୍ତୁ ଶରୀର ଉପରେ କଣ ପ୍ରଭାବ ପକାଇଥାଏ

ବୁଟ ଡାଲି ଖାଇବା ପାଇଁ ପ୍ରାୟ ସମସ୍ତ ଲୋକ ପସନ୍ଦ କରି ଥାଆନ୍ତି । ଏହାକୁ ଆମେ ରୁଟି ,ଭାତ ଓ ପରଟା ଇତ୍ୟାଦିରେ ପ୍ରସ୍ତୁତ କରି ପ୍ରାୟ ଘରେ ଖାଇଥାଉ । ବୁଟ ଭଜା ଭଳି ବୁଟ ଡାଲି ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।ଏହି ଡାଲି ରେ ଅନ୍ୟ ଡାଲି ଅପେକ୍ଷା ଓ ଶସ୍ୟ ଜାତୀୟ ଜିନିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଶାକାହାରୀ ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଗୁଣକାରୀ ବୋଲି ବିଶେଷଜ୍ଞ ମନ୍ କହିଛନ୍ତି ।ନିକଟରେ ଗବେଷକ ମାନେ ଗବେଷଣାରୁ ଜାଣିଲେ ଯେ ବୁଟ ଡାଲିରେ ପ୍ରୋଟିନ ସହିତ ଜୀଙ୍କ , କ୍ୟାଲସିୟମ , ଫୋଲେଟ ଇତ୍ୟାଦି ରହିଛି । ଯେଉଁ ଲୋକ ମାନଙ୍କୁ ବୁଟ ଡାଲି ପସନ୍ଦ ନୁହେଁ ସେମାନେ ବୁଟ ଡାଲିରେ ପ୍ରସ୍ତୁତ କରି ତରକାରୀ ମଧ୍ୟ ଖାଇ ପାରିବେ ।

* ବୁଟ ଡାଲି ଶରୀରର ଇମ୍ୟୁନିଟିକୁ ବଢ଼ାଇବାରେ ସାହାଯ୍ୟ କରେ ।ଏଥିରେ ଯେଉଁ ପ୍ରୋଟିନ ତତ୍ତ୍ଵ ରହିଛି ତାହା ଇମ୍ୟୁନ୍ ସିଷ୍ଟମ କୁ ଅଧିକ ସୁଦୃଢ କରିଥାଏ ।

* ହୃତପିଣ୍ଡକୁ ସୁସ୍ଥ ରଖିବାରେ ବୁଟ ଡାଲିର ଅନେକ ଯୋଗଦାନ ରହିଛି । କାରଣ ବୁଟ ଡାଲି ଆମ ରକ୍ତରୁ ଖରାପ କୋଲେଷ୍ଟ୍ରାଲକୁ କମ କରିବାରେ ସାହାଯ୍ୟ କରିଥାଏ ।କୁହାଯାଏ ଯେ ହୃତପିଣ୍ଡ ପାଇଁ ମଧ୍ୟ ବୁଟ ଡାଲି ହିତକର ଅଟେ ।

* ଶରୀରକୁ ଶକ୍ତି ଯୋଗାଇବା ପାଇଁ ବୁଟ ଡାଲି ସାହାଯ୍ୟ କରିଥାଏ ।କାରଣ ବୁଟ ଡାଲିରେ ଜିଙ୍କ ,କ୍ୟାଲସିୟମ ,ପ୍ରୋଟିନ ଓ ଫୋଲେଟ୍ ଇତ୍ୟାଦି ଭରପୁର ମାତ୍ରାରେ ରହିଛି,ଯାହା ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ ।

* ବୁଟ ଡାଲି ଓଜନ କମାଇ ବାରେ ସାହାଯ୍ୟ କରିଥାଏ ।ଏଥିରେ ଥିବା ଫାଇବର ର ମାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟକୁ ଖାଲି ହେବାକୁ ଦିଏ ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ବୁଟ ଡାଲି ହେଉଛି ଗୋଟି ଭଲ ଓଜନ ନିୟନ୍ତ୍ରକ ଖାଦ୍ୟ ।

Show More

Related Articles

Back to top button