ଦେଶ ବିଦେଶସ୍ୱାସ୍ଥ୍ୟ

ଆପଣଙ୍କ ଶରୀରରେ ଏହିସବୁ ଲକ୍ଷଣ ଦେଖା ଯାଉଛି କି : ତେବେ ହୋଇପାରେ ଭିଟାମିନ-ଡି ର କମି

ସୁସ୍ଥ ଶରୀର ପାଇଁ ସମସ୍ତ ପୋଷାକ ତତ୍ତ୍ଵ ଶରୀରକୁ ଯିବା ନିହାତି ଆବଶ୍ୟକ । ଭିଟାମିନ – ଡି ମଧ୍ୟ ସେହିଭଳି ଗୋଟିଏ ନିୟୁଟ୍ରିଏଣ୍ଟ ଯାହା ବ୍ୟକ୍ତିକୁ ସୁସ୍ଥ ରଖିଥାଏ ।ଭିଟାମିନ – ଡି ର ସବୁଠୁ ବଡ ସ୍ରୋତ ସୂର୍ଯ୍ୟଙ୍କ କିରଣ ଅଟେ । ତେଣୁକରି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପ୍ରତୀକ ଦିନ ଲୋକ ମାନଙ୍କୁ ୧୫ ରୁ ୨୦ ମିନିଟ ଖରାରେ ବସିବାକୁ କହିଥାନ୍ତି

କୁହାଯାଏ ଯେ ତ୍ଵଚା ସୂର୍ଯ୍ୟଙ୍କ କିରଣ ସମ୍ପର୍କରେ ଆସିବା ଦ୍ଵାରା ଏହା ଶରୀରରେ ଭିଟାମିନ – ଡି ପ୍ରସ୍ତୁତ କରିବାକୁ ଲାଗେ । ଭିଟାମିନ – ଡି ଦ୍ବାରା ହାଡ଼ ,ଦାନ୍ତ ଓ ମାଂସପେଶୀ ମଜବୁତ୍ ରହିଥାଏ । ତଥାପି ଲୋକମାନେ ଏହାକୁ ଅଣଦେଖା କରି ଥାଆନ୍ତି ଏବଂ ଯେଉଁ କାରଣରୁ ସର ବିଶ୍ୱରେ ପ୍ରତୀକ ବର୍ଷ ଏକ ବିଲିଅନ୍ ଲୋକ ବିଭିନ୍ନ ପ୍ରକାର ରୋଗରେ କଷ୍ଟ ପାଆନ୍ତି ।

ଆଜି ଆସନ୍ତୁ ଜାଣିବା ଭିଟାମିନ – ଡି କମିବା ଦ୍ବାରା ଶରୀରରେ କଣ ସବୁ ଅସୁବିଧା ହୋଇଥାଏ –

* ଥକାପଣ – ଯେତେ ପରିମାଣରେ ଶୋଇବା ସତ୍ତ୍ୱ ଯଦି ନିଦ ଲାଗେ ଓ ଥକା ଲାଗେ,ତେବେ ଶରୀରରେ ଭିଟାମିନ – ଡିର କମି ରହିଛି । ଗବେଷଣାରୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଖୁଲସା କରିଛନ୍ତି ଯେ ଏହି ଭିଟାମିନ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଯଦି ଏହି ଭିଟାମିନ ଶରୀରରୁ କମିଯାଏ ତେବେ ଯେତେ ଶୋଇଲେ ମଧ୍ୟ ନିଦ ଲାଗି ଥକା ଲାଗେ ।

* ପିଠି ଯନ୍ତ୍ରଣା – ହାଡ଼କୁ ସୁଦୃଢ କରିବା ପାଇଁ ଭିଟାମିନ – ଡି ଆବଶ୍ୟକ । ଯଦି ଆପଣଙ୍କ ପିଠିରେ ବିନା ପରିଶ୍ରମରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଆପଣଙ୍କର ହାଡ଼ ଦୁର୍ବଳ ହେବାର ଏହା ସୂଚନା ଦେଇଥାଏ । ଭିଟାମିନ – ଡି ଶରୀରରେ କ୍ୟାଲସିୟମକୁ ଅବସୋଷିତ କରିଥାଏ ।

* ଦୁର୍ବଳ ରୋଗ ପ୍ରତିରୋଧକ – ଭିଟାମିନ – ଡି ଶରୀରରୁ କମିଗଲେ ଲୋକ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଇ ଥାଏ । ଯାହା ଦ୍ବାରା ବାରମ୍ବାର ଥଣ୍ଡା କାଶ ଇତ୍ୟାଦି ଲାଗି ରହିଥାଏ ।

* ଚିଡି ଚିଡ଼ା ଲାଗିବା – ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଗବେଷଣାରୁ ଖୁଲାସା କରିଛନ୍ତି ଯେ ଯେଉଁ ଲୋକ ମାନେ ମାନସିକ ଚାପରେ ହେଉ କିମ୍ବା ଅଯଥା କଥାରେ ହେଉ ଚିଡି ଚିଡ଼ା ଭାବ ଦେଖାଇ ଥାଆନ୍ତି ସେମାନଙ୍କ ଶରୀର ପାଇଁ ଭିଟାମିନ – ଡି ନିହାତି ଆବଶ୍ୟକ । ଭିଟାମିନ – ଡି ଶରୀରରୁ କମିଯିବ ଦ୍ବାରା ଦିପ୍ରେସନ୍ ର ଶିକାର ହୋଇ ଥାଆନ୍ତି ।

* ଆମେ ସୂର୍ଯ୍ୟଙ୍କ କିରଣ ଛଡ଼ା କିଛିଟା ଖାଦ୍ୟରେ ମଧ୍ୟ ଭିଟାମିନ- ଡି ମଧ୍ୟ ପାଇ ପରିବା ।ଯେପରିକି ଅଣ୍ଡା,ଦୁଗ୍ଧ, ବ୍ରୋକଲି, ପାନିର୍,ଛତୁ,ମାଛ,ଲହୁଣୀ ଇତ୍ୟାଦି ,ଏହିସବୁ ଖାଦ୍ୟରେ ପ୍ରଚୁର ପରିମାଣରେ ଭିଟାମିନ – ଡି ରହିଥାଏ ।

Show More

Related Articles

Back to top button