ଦେଶ ବିଦେଶ

ଚୈତ୍ର ମାସରେ ନବରାତ୍ରି ପୂଜାର ବିଶେଷତ୍ଵ କଣ ରହିଛି : ଜାଣନ୍ତୁ ସମ୍ପୂର୍ଣ୍ଣ ପୂଜା ବିଧି

ହିନ୍ଦୁ ଧର୍ମରେ ଗୋଟିଏ ବର୍ଷରେ ଦୁଇଥର ନବରାତ୍ରି ପୂଜା କରାଯାଇଥାଏ ।ଗୋଟିଏ ହେଉଛି ଆଶ୍ୱିନ ମାସର ଦୁର୍ଗା ପୂଜା ବେଳକୁ ଓ ଅନ୍ୟଟି ହେଉଛି ଚୈତ୍ର ମାସରେ ରାମନବମୀ ବେଳକୁ । ଚଳିତ ବର୍ଷ ଅପ୍ରେଲ ମାସ ୨୧ ତାରିଖରେ ରାମ ନବମୀ ପଡ଼ୁଛି ,ତେଣୁ ହିନ୍ଦୁ ଶାସ୍ତ୍ର ଅନୁସାରେ ଅପ୍ରେଲ ୧୩ ତାରିଖ ଠାରୁ ନବରାତ୍ରି ଆରମ୍ଭ ହେଉଛି

ଚୈତ୍ର ମାସର ନବରାତ୍ରି ପୂଜା ର ବିଶେଷ ମହତ୍ତ୍ଵ ମଧ୍ୟ ହିନ୍ଦୁ ପରମ୍ପରାରେ ରହିଛି । ହିନ୍ଦୁ ମାନ୍ୟତା ଅନୁସାରେ ଏହି ସମୟରେ ମା ଦୁର୍ଗା ଆଗମନ କରି ଚୈତ୍ର ପୂଜାକୁ ଗ୍ରହଣ କରି ସମସ୍ତଙ୍କ ଘରେ ସୁଖ ଓ ସମୃଦ୍ଧିର ବରଦାନ କରି ଥାଆନ୍ତି ।ତେଣୁକରି ଏହି ସମୟରେ ବିଶେଷ କରି ନାରୀ ମାନେ କଳସ ସ୍ଥାପନ କରି ମାଙ୍କୁ ଆବାହନ କରନ୍ତି ।

ଏହି ପୂଜାର ମହତ୍ତ୍ଵ ହେଉଛି ପିଲା ମାନଙ୍କର କୁଶଳ ମଙ୍ଗଲକୁ ନେଇ ମାଙ୍କୁ ପର୍ଥାନ କରିବା ଓ ଶୁଭ ମାନସିବା । ରାମ ନବମୀ ଦିନ ଏହାର ମହତ୍ତ୍ୱକୁ ରଖି ନିଜ ଘରେ ପୂଜା ସ୍ଥାନରେ କିଛିଟା ବିଶେଷ ବିଧି କରିବା ଆବଶ୍ୟକ ।

ଚୈତ୍ର ମାସର ନବମୀ ପୂଜାରେ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ବନାଇ ଦୀପ ଜାଳନ୍ତି । ଏପରି କରିବା ଦ୍ବାରା ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ଆସିବା ସହିତ ମାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

ଚୈତ୍ର ମାସର ନବରାତ୍ରି ପୂଜାରେ ଆପଣ ସ୍ନାନ ସାରି କଳସ ସ୍ଥାପନ କଲା ବେଳକୁ ଦିଗ ବିଷୟରେ ବିଶେଷ ଧ୍ୟାନ ଦେବେ । ଏହି କଳାକୁ ଘରର ଉତ୍ତର ପୂର୍ବ ଦିଗରେ ସ୍ଥାପନ କରିବା ଉଚିତ ।ଆପଣ ଜାଣି ରଖନ୍ତୁ ଯେ ମାଙ୍କ ନିକଟରେ ସବୁବେଳେ ମାଟି କଳସ ସ୍ଥାପନ କରିବେ । ଆସୋକା ଗଛର ପତ୍ରର ବିଶେଷ ମହତ୍ତ୍ଵ ମଧ୍ୟ ଚୈତ୍ର ମାସର ନବରାତ୍ରି ପୂଜାରେ ରହିଛି । ଏହାର ପ୍ରୟୋଗ କରିବା ଦ୍ୱାରା ଜୀବନରୁ ବିପଦ ଦୂରେଇ ଯିବା ସହିତ ସଫଳତା ମିଳିଥାଏ ।

ଚୈତ୍ର ମାସର ନବରାତ୍ରି ପୂଜାରେ ଅଖଣ୍ଡ ଦୀପ ର ମହତ୍ତ୍ଵ ରହିଛି । ଏହି ସମୟରେ ଆପଣ ଅଖଣ୍ଡ ଦୀପ ଜଳାଇ ଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ସହିତ ଜୀବନରୁ ମଧ୍ୟ ସମସ୍ତ ଦୁଃଖ ଓ ଅନ୍ଧକାର ଦୂର ହୋଇଥାଏ ।ଏହି ସମୟରେ ସବୁ ମା ମାନେ ନିଜ ସନ୍ତାନର ଶୁଭ ମନାସି ମାଙ୍କୁ ପୂଜା ଓ ଧ୍ୟାନ କରି ଥାଆନ୍ତି । ଏହିଭଳି ଭାବରେ ଚୈତ୍ର ମାସର ପୂଜା ଦ୍ବାରା ଠାକୁରାଣୀଙ୍କ ଆଶୀର୍ବାଦ ଲାଭ କରାଯାଏ ।

Show More

Related Articles

Back to top button