ବଲିଉଡ

୨୦୦ କୋଟି ଛୁଇଁବ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’

ବର୍ତ୍ତମାନ ହିଟଲିଷ୍ଟରେ ରହିଛି ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଷ୍ଟାରକାଷ୍ଟଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ ପ୍ରଭାବିତ କରିପାରିଛି । ଏଥିରେ ଅକ୍ଷୟ କୁମାରଙ୍କ ସହ କାଟ୍ରିନା, ରଣବୀର ସିଂ ଏବଂ ଅଜୟ ଦେବଗନଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ପ୍ରଶଂସକମାନେ ‘ସୂର୍ଯ୍ୟବଂଶୀ’ ଦେଖିବା ପାଇଁ ଉତ୍ସାହର ସହିତ ପ୍ରେକ୍ଷାଳୟକୁ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ୨୦୦ କୋଟି ଟଙ୍କାର କ୍ଲବ୍‌ରେ ପହଞ୍ଚିଲାଣି । ରୋହିତ ଶେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ହିଟ୍‌ ହୋଇଛି ।

କରୋନା ମହାମାରୀ ସମୟରେ ମଧ୍ୟ ‘ସୂର୍ଯ୍ୟବଂଶୀ’ ବେଶ୍‌ ସଫଳତା ଲାଭ କରିଛି । ୭ ଦିନରେ, ଫିଲ୍ମର ବକ୍ସ ଅଫିସ୍‌ରେ ୧୭୪.୬୫ କୋଟି ଟଙ୍କା ସଂଗ୍ରହ କରିପାରିଛି । ଆଉ କିଛିଦିନରେ ଫିଲ୍ମ ୨୦୦ କୋଟି ଅତିକ୍ରମ କରିପାରେ ବୋଲି ଆଶା କରାଯାଉଛି ।

Show More

Related Articles

Back to top button