Breaking PLUSମୁଖ୍ୟ ଖବରସେଲିବ୍ରିଟିସ୍ୱାସ୍ଥ୍ୟ

ବଲିଉଡ୍ ହିରୋ ଶାହାରୁଖ ଖାନ୍ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ବଲିଉଡ୍ ହିରୋ ଶାହାରୁଖ ଖାନ୍ କରୋନା ପଜିଟିଭ୍ ହୋଇଥିବା ଖବର ଆସିଛି । କିଙ୍ଗ ଖାନଙ୍କ ସମସ୍ତ ଫ୍ୟାନଙ୍କ ପାଇଁ ଏହା ଏକ ବଡ ଦୁଃଖ ଖବର । ଶାହରୁଖ ଖାନ୍ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଛନ୍ତି । ଗତମାସରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କୋଭିଡ୍ ପଜିଟିଭ୍ ହୋଇଥିଲେ । ଏଥିସହ ନିକଟରେ ଅଭିନେତା କାର୍ତ୍ତିକ ଆର୍ୟନ ଓ ଆଦିତ୍ୟ ରୟ କପୁର ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ବଲିଉଡର ଜଣଙ୍କ ପରେ ଜଣେ ଆର୍ଟିଷ୍ଟ କରୋନାରେ ଶିକାର ହେବା ନିଶ୍ଚିତ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସିନେପ୍ରେମୀଙ୍କ ପାଇଁ ଚିନ୍ତାର କାରଣ । ଶାହରୁଖ କୋଭିଡରେ ସଂକ୍ରମିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମବେଦନା ଜଣାଇଛନ୍ତି । ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଦିଦି ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ କିଙ୍ଗ ଖାନ୍ କରଣ ଜୋହରଙ୍କ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ସହ ପତ୍ନୀ ଗୌରୀ ଓ ବଡ଼ ପୁଅ ଆର୍ୟନ ମଧ୍ୟ ସାମିଲ ଥିଲେ ।

Show More

Related Articles

Back to top button