Breaking PLUSଓଡ଼ିଶାମୁଖ୍ୟ ଖବର

ନୂତନ ମନ୍ତ୍ରୀମାନଙ୍କୁ 6T ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ନିର୍ଦ୍ଦେଶ

ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ରବିବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ଏଥିସହ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ଏହା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସବୁ ନୂଆ ମନ୍ତ୍ରୀ। ଆଉ ମନ୍ତ୍ରୀମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଫାଇଭ ଟି ସହ ଆଉ ଏକ ଟି ଉପରେ ଗୁରୁତ୍ଵ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅଧିକ ଟୁର କରିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ କହିଛନ୍ତି। କାର୍ଯ୍ୟରେ ସ୍ଵଚ୍ଛତା ବଜାୟ ରଖିବା ଏବଂ ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ୱଚ୍ଛତାର ସହ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଅଧିକ ସମୟ ଦିଅ, ବିଭାଗର ବକେୟା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5T ନୁହେଁ 6T ସହ କାମ କରିବାକୁ କହିଛନ୍ତି। ବିଭିନ୍ନ ଜିଲ୍ଲା,ବ୍ଲକ,ତହସିଲ୍ ଓ ପଞ୍ଚାୟତ ବୁଲନ୍ତୁ। ବିଭିନ୍ନ ଅଞ୍ଚଳକୁ ଟୁର୍ କରି ପ୍ରତ୍ୟେକ ଜିଲ୍ଲାକୁ ଯାଆନ୍ତୁ ଏବଂ ଲୋକଙ୍କ ସମସ୍ୟା ବୁଝନ୍ତୁ। ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ରବିବାର ଗଠିତ ନୂତନ ମନ୍ତ୍ରିମଣ୍ଡଳରେ ୨୧ ଜଣଙ୍କୁ ସ୍ଥାନ ମିଳିଛି। ଏଥିରୁ ୧୩ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୮ ଜଣ ରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି। ରବିବାର ରାଜ୍ୟପାଳ ଗଣେଶୀ ଲାଲ ସମସ୍ତ ମନ୍ତ୍ରୀମାନଙ୍କ ଶପଥ ପାଠ କରାଇଛନ୍ତି।

Show More

Related Articles

Back to top button