ଓଡ଼ିଶା

ଗୋଟିଏ ଦିନରେ ୨୬କୋଟି ଟଙ୍କା ରୋଜଗାର କଲା ସୁପରହିଟ୍ ଫିଲ୍ମ ‘ସୂର୍ଯ୍ୟବଂଶୀ’

ଦୀପାବଳିର ଶୁଭ ଅବସରରେ ରିଲିଜ୍ ହୋଇଯାଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ‘ସୂର୍ଯ୍ୟବଂଶୀ’ ବିଦେଶରେ ବି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । କାରଣ ୬୬ଟି ଦେଶରେ ୧୩୦୦ ସ୍କ୍ରିନରେ ଏହି ସିନେମା ରିଲିଜ ହୋଇଛି । ଦେଶରେ ୩୫୦୦ରୁ ଅଧିକ ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି । ଗୋଟିଏ ଦିନରେ ‘ସୂର୍ଯ୍ୟବଂଶୀ’ ୨୬କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି ।

ଏହି ସିନେମା ପ୍ରେକ୍ଷାଳୟରେ ହିଟ ହୋଇଥିବା କୁହାଯାଉଛି । ଅଜୟ-ରଣବୀରଙ୍କ କେମେଷ୍ଟ୍ରିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ ଉତ୍ସାହିତ ରହିଛନ୍ତି ଦର୍ଶକ ।

ସୂର୍ଯ୍ୟବଂଶୀ ପ୍ରଥମେ ୨୦୨୦ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ କରୋନା କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା । ଲକଡାଉନ୍ ପରେ ଫିଲ୍ମଟି ୨୦୨୧ ଏପ୍ରିଲ ୨୧ରେ ରିଲିଜ ହେବାର ଥିଲା, କିନ୍ତୁ ପୁନର୍ବାର କରୋନାର ଦ୍ୱିତୀୟ ଲହର ଆସିବା ହେତୁ ରିଲିଜ ତାରିଖ ପୁଣି ଥରେ ଘୁଞ୍ଚା ଯାଇଥିଲା ।

Show More

Related Articles

Back to top button