Breaking PLUSଓଡ଼ିଶାପୂଜା ପାର୍ବଣ

ଆସନ୍ତୁ ଜାଣିବା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି । କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସର ବିନାଶ କରିଥିଲେ, ସେବେଠାରୁ ଭଗବାନ ଶଙ୍କରଙ୍କୁ ତ୍ରିପୁରାରି କୁହାଯାଏ ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତିଥିରେ ପଡୁଥିବା ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ । କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଞ୍ଚ ଦିନ ଯାଏଁ ପାଳନ କରାଯାଏ । ଏକାଦଶୀରୁ ଉତ୍ସବ ଆରମ୍ଭ ହୁଏ ଏବଂ ପୂର୍ଣ୍ଣିମା ଦିନ ଶେଷ ହୁଏ । ପୌରାଣିକ କଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଧାର୍ମିକ ଓ ଆଧ୍ୟାତ୍ମିକ ରୂପରେ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ଲୋକେ ପବିତ୍ର ଗଙ୍ଗା ନଦୀରେ ସ୍ନାନ ଓ ବୁଡ଼ ପକାନ୍ତି ଏବଂ ଦାନ ଧର୍ମ କରିଥାନ୍ତି । କାର୍ତ୍ତିକ ସ୍ନାନ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ସୌଭାଗ୍ୟ ପ୍ରାପ୍ତି ହୁଏ । କାର୍ତ୍ତିକ ପୂର୍ଣ୍ଣିମାରେ କୌଣସି ପବିତ୍ର ନଦୀ କିମ୍ବା ଜଳକୁଣ୍ଡରେ ସ୍ନାନ କରିବା ଉଚିତ ବୋଲି କୁହାଯାଏ । ଏହି ଦିନ ଦାନ, ପୁଣ୍ୟ ଓ ଦୀପଦାନ ମଧ୍ୟ କରିବା ଉଚିତ ।

ଧାର୍ମିକ ସମାରୋହ ପାଇଁ ମଧ୍ୟ ଏହି ଦିନ ବହୁତ ଶୁଭ ବୋଲି କୁହାଯାଏ । ଏହି ଦିନ କରାଯାଇଥିବା ସୁହା କାମ ଘରକୁ ସୁଖ ସମୃଦ୍ଧି ଆଣିଥାଏ ବୋଲି କୁହାଯାଏ । ଏହି ଦିନ ଘିଅ ଦାନ କଲେ ସମ୍ପତ୍ତି ବଢିଥାଏ ଏବଂ ଗ୍ରହଯୋଗ କଷ୍ଟ ଦୂର ହୋଇଥାଏ ବୋଲି କୁହାଯାଏ । କାର୍ତ୍ତିକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କୁ ଭଗବାନ ଶିବଙ୍କ ଅପାର କୃପା ପ୍ରାପ୍ତ ହୋଇଥାଏ ।

କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ । ଏହାପରେ ଶୁଦ୍ଧ ଘିଅରେ ଦୀପ ଜାଳି ବିଧି ବିଧାନ ଅନୁସାରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ଉଚିତ । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଖିରି ଭୋଗ ଦେବା ଉଚିତ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଘରେ ଦୀପ ମଧ୍ୟ ଜାଳିବା ଉଚିତ । ଏହି ଦିନ ଅଭାବୀ ଓ ଗରିବଙ୍କୁ ଦାନ ଓ ଭୋଜନ କରାଇବା ଉଚିତ ।

ବିଶ୍ୱାସ ରହିଛି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ ତୁଳସୀ ପୃଥିବୀକୁ ଆଗମନ କରିଥିଲେ । ସେଥିପାଇଁ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କଲେ ଅନ୍ୟ ଦିନ ଅପେକ୍ଷା ଅଧିକ ପୁଣ୍ୟ ମିଳିଥାଏ । ଏହି ଦିନ ଶିବଲିଙ୍ଗରେ ଗଙ୍ଗାଜଳରେ ମହୁ ଓ କ୍ଷୀର ମିଶାଇ ଅର୍ପଣ କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।

Show More

Related Articles

Back to top button