ଓଡ଼ିଶାମୁଖ୍ୟ ଖବର

ମହାପ୍ରଭୁଙ୍କ ପ୍ରତି ଅସମ୍ମାନ ଅଭିଯୋଗରେ ବିଜେପି ନେତା ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଏକ ବ୍ୟାନରରେ ‘ଶ୍ରୀଜନ୍ନାଥ’ ଲେଖି ମହାପ୍ରଭୁଙ୍କୁ ଅପମାନ କରାଯାଇଛି । ଏହା ପୁଣି ଘଟିଛି ଆମ ଓଡ଼ିଶାରେ ।ଯେଉଁଠି ଆମ ହର୍ତ୍ତାକର୍ତ୍ତା ହେଉଛନ୍ତି ଶ୍ରୀଜଗନ୍ନାଥ । ଏହାକୁ ପ୍ରତିବାଦ କରି ଆଜି ବିଜେଡି ପକ୍ଷରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି । ଶୁକ୍ରବାର ସମ୍ବିତ ପାତ୍ରଙ୍କ ସହ ବିଜେପିର ଅନ୍ୟ ନେତୃତ୍ୱ ଏକ ବ୍ୟାନର ଧରିଥିଲେ, ଯେଉଁଥିରେ ମହାପ୍ରଭୁଙ୍କ ନାମ ‘ଶ୍ରୀଜନ୍ନାଥ’ ରହିଥିଲା । ଅର୍ଥାତ ସେଥିରେ ‘ଗ’ ନଥିଲା । ଯାହା ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି ବୋଲି ବିଜେଡି କହିଥିବା ବେଳେ ଶନିବାର ବଡ଼ଦାଣ୍ଡରେ ସମ୍ବିତ ପାତ୍ର ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୁଶପୁଳିକା ଦାହ କରାଯାଇଛି ।

ସମ୍ବିତ ପାତ୍ର ପୁରୀ ଆସି ନିଃସର୍ତ୍ତ କ୍ଷମା ପ୍ରାଥନା କରିବାକୁ ଦାବୀ କରାଯାଇଛି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ବାରମ୍ବାର ଶ୍ରୀଜଗନ୍ନାଥଙ୍କୁ ନେଇ କଦର୍ଥ ଆଚରଣ ଓ ଵ୍ୟଵହାର କରୁଥିବାରୁ ବିଜେଡି ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ କରିଛି । ସେ କ୍ଷମା ପ୍ରାର୍ଥନା ନ କରିଲେ ଆଗାମୀ ଦିନରେ ତାଙ୍କୁ ପୁରୀ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

Show More

Related Articles

Back to top button