Breaking PLUSଦେଶମୁଖ୍ୟ ଖବର

ଝେଲମ ନଦୀରେ ବୁଡିଲା ଡଙ୍ଗା, 6ମୃତ

ଶ୍ରୀନଗର :- ଝେଲମ ନଦୀରେ ବୁଡିଲା ଡଙ୍ଗା । ଜମ୍ମୁ-କାଶ୍ମୀର ସ୍ଥିତ ଝେଲମ ନଦୀରେ ଡଙ୍ଗା ବୁଡି ଘଟଣାରେ ମୃତକ ସଂଖ୍ୟା ବୃଦ୍ଧି ପାଇ ୬ରେ ପହଞ୍ଚିଛି। ପ୍ରଥମେ ୪ ଜଣଙ୍କ ମୃତ୍ୟୁ ଘଟି ଥିବା ନେଇ ଜଣାପଡିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡିବା ସମୟରେ ୧୦ ରୁ ୧୨ଜଣ ସ୍କୁଲ ପିଲାଙ୍କ ସହ ପ୍ରାୟ ୧୫ ଜଣ ଯାତ୍ରୀ ଥିଲେ । ଆଜି ସକାଳେ ଝେଲମ ନଦୀରେ ଏହି ଡଙ୍ଗା ଓଲଟି ପଡିଥିଲା। ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ୩ ଜଣଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ୩ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ୩ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ୧୫ ଜଣଙ୍କ ମଧ୍ୟରୁ ୮ ଜଣ ବୟସ୍କ ଓ ସାତ ଜଣ ବିଦ୍ୟାର୍ଥୀ ଥିଲେ। ଅଘଟଣ ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଦଳ, ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button