Breaking PLUSଓଡ଼ିଶାମୁଖ୍ୟ ଖବର

ବାହାରେ ଅଳିଆ ପକାଇଲେ ଗଣିବାକୁ ପଡିବ ତଣ୍ଡ, ଗଳିକନ୍ଦି ବୁଲିବ ବିଏମସି ଟିମ୍

ପରିବେଶ ସଫାସୁତୁରା ପାଇଁ ବିଏମସିର ପଦକ୍ଷେପ

ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ରାଜଧାନୀରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌ ରହିବେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବେ । ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ।

ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ । ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ।

ଏହି ଅବସରରେ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି । ରାଲି ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି ।

Show More

Related Articles

Back to top button