Breaking PLUSଦେଶମୁଖ୍ୟ ଖବର

ସ୍ୱାଧୀନତା ଦିବସ ପ୍ରସ୍ତୁତି, ଦିଲ୍ଲୀରେ ଫୁଲଡ୍ରେସ ରିହର୍ସଲ

ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଦିନକ ପରେ ସ୍ୱାଧୀନତା ଦିବସ । ଏଥିପାଇଁ ରାଜଧାନୀ ଦିଲ୍ଲୀ ଠାରେ ଜୋରଦାର୍ ଚାଲିଛି ପ୍ରସ୍ତୁତି ପର୍ବ । 15 ଅଗଷ୍ଟ ପାଇଁ ରବିବାର ଦିନ ଫୁଲ୍‌ଡ୍ରେସ୍ ରିହର୍ସଲ କରାଯାଇଛି । ଅନ୍ୟପଟେ ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାସ୍ତାଗୁଡିକରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ଆକାଶମାର୍ଗରେ ବି ନଜର ରଖାଯାଇଛି । ସୁରକ୍ଷା ବଳୟ ମଧ୍ୟରେ ରହିଛି ପୂରା ରାଜଧାନୀ । ରାଜଘାଟ ଓ ଲାଲକିଲ୍ଲା ସହିତ ପ୍ରମୁଖ ଅଞ୍ଚଳ ଉପରେ ପୋଲିସ ତୀକ୍ଷ୍ନ ନଜର ରଖିଛି ।
ସ୍ୱାଧୀନତା ଦିବସ ଓ ଆସନ୍ତାମାସରେ ହେବାକୁ ଥିବା ଜି-20 ନେତାଙ୍କ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଗତ କିଛି ସପ୍ତାହ ହେବ ଏନଏସଜିର ବ୍ୟାକ କ୍ୟାଟ କମାଣ୍ଡୋମାନେ ସୁରକ୍ଷା ଅଭ୍ୟାସ କରିଛନ୍ତି । ଦିଲ୍ଲୀରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର 5ଶହ କମାଣ୍ଡୋ, ସ୍ନାଇପର୍ସ ଓ ଭିଆଇପି ସୁରକ୍ଷା କର୍ମୀଙ୍କୁ ଦିଲ୍ଲୀରେ ମୁତୟନ କରାଯାଇଛି ।

Show More

Related Articles

Back to top button