ଦେଶ ବିଦେଶସ୍ୱତନ୍ତ୍ର

ଏଠାରେ ପୂଜା ପାଏ ମହାଦେବଙ୍କ ଆଙ୍ଗୁଠିର ସ୍ବରୂପ, ଜାଣନ୍ତୁ କେଉଁ ମନ୍ଦିର

ମାଉଣ୍ଟଆବୁରେ ଅଚଳେଶ୍ୱର ମହାଦେବଙ୍କ ମନ୍ଦିର

() ଭଗବାନ ଶିବଙ୍କର ଚମତ୍କାର ମନ୍ଦିର ବିଷୟରେ ଆପଣ ଶୁଣିଥିବେ । ସବୁ ମନ୍ଦିର ପଛରେ କିଛିନା କିଛି ରୋଚକ କଥା ରହିଥାଏ । କିନ୍ତୁ ରାଜସ୍ଥାନର ମାଉଣ୍ଟଆବୁରେ ଥିବା ଅଚଳେଶ୍ବର ମହାଦେବ ମନ୍ଦିର ସବୁଠୁ ନିଆରା । ଏଠାରେ ଭୋଳାବାବାଙ୍କ ଦକ୍ଷିଣ ଗୋଡର ଆଙ୍ଗୁଠିର ସ୍ବରୂପ ପୂଜା ପାଇଥାନ୍ତି । ମହାଦେବ ନିଜର ଦକ୍ଷିଣ ଆଙ୍ଗୁଠିରେ ଏହି ପର୍ବତକୁ ଟେକି ଧରିଥିବାର ବିଶ୍ବାସ ରହିଛି । ସ୍କନ୍ଦ ପୁରାଣରେ ମଧ୍ୟ ଏହି ମନ୍ଦିର ସମ୍ପର୍କରେ ଆଲୋଚନା କରାଯାଇଛି ।
ପଶ୍ଚିମ ରାଜସ୍ଥାନର ସିରୋହୀ ଜିଲ୍ଲାର ମାଉଣ୍ଟଆବୁର ଅଚଳଗଡରେ ଥିବା ଋଷି ବଶିଷ୍ଠଙ୍କ ତପସ୍ଥଳୀରେ ଅଚଳେଶ୍ବର ମହାଦେବ ମନ୍ଦିର ସ୍ଥାପନା କରାଯାଇଛି । ଏହି ପ୍ରାଚୀନ ମନ୍ଦିର ପଛରେ ଅନେକ ଗୁଡିଏ ରହସ୍ୟ ରହିଛି । ଲୋକକଥା ଅନୁସାରେ ପୌରାଣିକ କାଳରେ ଅଚଳଗଡରେ ଏକ ବିଶାଳ ବ୍ରହ୍ମ ଖାଇ ଥିଲା । ଏହି ଗଭୀର ଖାତରେ ଅନେକ ସମୟରେ ଋଷି ବଶିଷ୍ଠଙ୍କ ଗାଈ ପଡିଯାଉଥିଲ । ଯହାକୁ ନେଇ ଚିନ୍ତାରେ ପଡୁଥିଲେ ଋଷି । ଏହି ସମସ୍ୟା ନେଇ ଋଷିମାନେ ଦେବତାଙ୍କ ନିକଟରେ ଗୁହାରି କରିଥିଲେ । ଗାଈର ଜୀବନ ରକ୍ଷା ପାଇଁ ଖାଇଟିକୁ ପୋତିବା ପାଇଁ ନିବେଦନ କରିଥିଲେ । ଋଷିଙ୍କ ନିବେଦନ ପରେ ସମସ୍ୟା ସମାଧାନ ପାଇଁ ଦେବତାମାନେ ନନ୍ଦୀବର୍ଦ୍ଧନଙ୍କୁ ଆଦେଶ ଦେଇଥିଲେ । ନନ୍ଦୀବର୍ଦ୍ଧନ ଅର୍ବୁଦ ନାମକ ଏକ ସାପ ନିଜ ପିଠିରେ ବସାଇ ଖାଇ ନିକଟରେ ପହଞ୍ଚିଥିଲା । କିନ୍ତୁ ସେ ନିଜ ପିଠିରେ ନନ୍ଦୀବର୍ଦ୍ଧନକୁ ବସାଇଥିବାରୁ ତା ମଧ୍ୟରେ ଅହଂ ଭାବ ସୃଷ୍ଟି ହୋଇଥିଲା । ଏବଂ ସେ ହଲିବା ଆରମ୍ଭ କରିଥିଲା । ପର୍ବତଟି ହଲିବାରୁ ଲୋକେ ଭୟଭୀତ ହୋଇପଡିଥିଲେ । ଏବଂ ମହାଦେବଙ୍କ ନିକଟରେ ଗୁହାରି କରିଥିଲେ । ଭକ୍ତଙ୍କ ଗୁହାରି ଶୁଣି ମହାଦେବ ନିଜ ଆଙ୍ଗୁଠିରେ ପର୍ବତକୁ ସ୍ଥିର ରଖିଥିଲେ । ପର୍ବତ ଏଠାରେ ଅଚଳ ହୋଇ ରହିଥିବାରୁ ଏହାକୁ ଅଚଳାଗଡ କୁହାଯାଏ । ମନ୍ଦିରରେ ଭଗବାନ ଶିବଙ୍କ ଦକ୍ଷିଣ ପାଦର ଆଙ୍ଗୁଠିର ସ୍ବରୂପକୁ ପୂଜା କରାଯାଉଛି । ଶିବ କାଶୀରୁ ବସି ଏଠାରେ ପର୍ବତକୁ ସ୍ଥିର କରିଥିବା କାରଣରୁ ଏହାକୁ ଅର୍ଦ୍ଧକାଶୀ ମଧ୍ୟ କୁହାଯାଏ । ଏଠାରେ ଶିବଲିଙ୍ଗ ନୁହେଁ, ଭୋଳାବାବାଙ୍କୁ ଆଙ୍ଗୁଠି ପୂଜା ପାଏ । ଏବଂ ସାରା ବିଶ୍ବରେ ଏହା ହିଁ ଏକମାତ୍ର ମନ୍ଦିର ଯେଉଁଠାରେ ମହାଦେବଙ୍କର ପାଦ ଆଙ୍ଗୁଠିକୁ ପୂଜା କରାଯାଏ । ଏପରିକି ଏହି ବ୍ରହ୍ମକୁଣ୍ଡରେ ଯେତେ ବି ଜଳ ଦେଲେ ତାହା କେଉଁଆଡେ ଯାଏ ତାହା ବି ରହସ୍ୟ । ତେବେ ଆପଣ ବି ଯାଆନ୍ତୁ ଏବଂ ନିଶ୍ଚୟ ଦର୍ଶନ କରନ୍ତୁ ଭୋଳାବାବାଙ୍କ ଏହି ମନ୍ଦିର ।…..

Show More

Related Articles

Back to top button