ଓଡ଼ିଶାସ୍ୱତନ୍ତ୍ର

ହକି ବିଶ୍ୱକପ ପାଇଁ ନୂଆ ନିୟମ ଜାରି କଲା BMC,ଏଣିକି ରାସ୍ତାକଡ଼ରେ ରହିବନି ମାଂସ ଦୋକାନ

ଏଣିକି ରାସ୍ତାକଡ଼ରେ ରହିବନି ମାଂସ ଦୋକାନ । ରାଜଧାନୀ ଭୁବନେଶ୍ୱରର ରାସ୍ତାପାର୍ଶ୍ୱରୁ ହଟିବ ସମସ୍ତ ମାଂସ ଦୋକାନ । ଏନେଇ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ୨୦୨୩ ଜାନୁଆରୀ ମାସରୁ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା  ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଅଞ୍ଚଳ ସହିତ ରାଜଧାନୀର ଅନ୍ୟ ଅଞ୍ଚଳଗୁଡ଼ିରେ ସାଜସଜ୍ଜା ଆରମ୍ଭ ହୋଇଛି ।ରାସ୍ତାଘାଟ କିପରି ପରିସ୍କାର ପରିଚ୍ଛନ୍ନ ରହିବ, ଅଯଥାରେ ଯେପରି ଗହଳି ନ ଜମିବ, ରାସ୍ତାରୁ ଗାଈଗୋରୁ ହଟିବେ ସେନେଇ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ତେବେ ରାସ୍ତାକଡ଼ରୁ ସମସ୍ତ ମାଂସ ଦୋକାନ ହଟିବା ନେଇ ବିଏମସି ନୂଆ କଟକଣା କରିଛି । ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଖାସି କାଟିଲେ ବ୍ୟବସାୟୀମାନେ ପରଦା ଘୋଡ଼ାଇବେ । ଏହାକୁ ଯେପରି କୌଣସି ଲୋକ ଦେଖି ନ ପାରନ୍ତି ସେଥିପ୍ରତି ବ୍ୟବସାୟୀମାନେ ଦୃଷ୍ଟି ଦେବେ । ଏହାକୁ ଅମାନ୍ୟ କଲେ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

 

Show More

Related Articles

Back to top button