ଦେଶସ୍ୱତନ୍ତ୍ର

ପେଟ୍ରୋଲ-ଡିଜେଲ ମୂଲ୍ୟକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା

ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ପେଟ୍ରୋଲ-ଡିଜେଲ ମୂଲ୍ୟକୁ ନେଇ ବଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ଗତ ୬ମାସ ଭିତରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଏବେ ପ୍ରତି ୧୫ ଦିନରେ ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ, ବିମାନ ଇନ୍ଧନ(ଏଟିଏଫ୍) ଉପରେ ଲାଗୁ ହୋଇଥିବା ନୂଆ ଟ୍ୟାକ୍ସ ର ସମୀକ୍ଷା କରିବେ । ଅର୍ଥାତ୍ ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମୂଲ୍ୟକୁ ଧ୍ୟାନରେ ରଖି ପ୍ରତି ୧୫ ଦିନରେ ଫ୍ୟୁଲର ଟ୍ୟାକ୍ସ ସମୀକ୍ଷା କରାଯିବ ।

ଇନ୍ଧନ ମୂଲ୍ୟ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଏହା ଏକ କଷ୍ଟକର ସମୟ ଏବଂ ବିଶ୍ୱରେ ତୈଳ ମୂଲ୍ୟ ଅନିୟମିତତା ହୋଇଛି । ଏହି ସମୟରେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ମୂଲ୍ୟରେ ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି । ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବର୍ତ୍ତମାନ ହ୍ରାସ ପାଇଛି ।

 

Show More

Related Articles

Back to top button