ଦେଶଦେଶ ବିଦେଶମନୋରଞ୍ଜନସ୍ୱତନ୍ତ୍ର

ଦର୍ଶକଙ୍କ ପାଇଁ ଖୁସି ଖବର,ଆମାଜନ ପ୍ରାଇମ୍‌ ହିନ୍ଦୀରେ ରିଲିଜ୍‌ ହେବାକୁ ଯାଉଛି ‘କାନ୍ତାରା’

ନଭେମ୍ବର ୨୪ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘କାନ୍ତାରା’ । କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ହିଟ୍ ଫିଲ୍ମ ମଧ୍ୟରୁ ଋଷବ ଶେଟ୍ଟୀଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ର ଅନ୍ୟତମ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିବା ସହ OTT ରେ କେବଳ ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା। କିନ୍ତୁ ଖୁବଶୀଘ୍ର ଆମାଜନ ପ୍ରାଇମ୍‌ ହିନ୍ଦୀରେ କାନ୍ତାରା ରିଲିଜ୍‌ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଡିସେମ୍ବର ୯ ତାରିଖରେ ଆମାଜନ ପ୍ରାଇମ୍‌ ହିନ୍ଦୀରେ କାନ୍ତାରା ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ଏହି ହିନ୍ଦୀ ଘୋଷଣା ଅଭିନେତାଙ୍କ ଦ୍ଵାରା ଆକର୍ଷଣୀୟ ଢଙ୍ଗରେ କରାଯାଇଥିଲା। ଋଷଭଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟ 16 କୋଟି ଟଙ୍କାର ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଅନେକ ଧମାଲ କରିଛି। ବିଶେଷ କଥା ହେଲା ଏହି ଚଳଚ୍ଚିତ୍ରରେ ଋଷଭ ନିଜେ ଲେଖକ ଏବଂ ନିର୍ଦ୍ଦେଶକ ।
Show More

Related Articles

Back to top button