ଦୁର୍ଘଟଣାଦେଶ

ପୁଣି ବୋରୱେଲ ସାଜିଲା ବିପଦ,୫୦ଫୁଟ ତଳକୁ ଖସିପଡିଛି ୬ବର୍ଷର ଶିଶୁ

ପୁଣି ବୋରୱେଲ ସାଜିଲା ବିପଦ । ଖସିପଡ଼ିଲା ୬ ବର୍ଷର ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ । ଚାଷ ପାଇଁ ଖୋଳାଯାଇଥିବା ପ୍ରାୟ ୫୦ଫୁଟ ଏକ ବୋରଓ୍ବେଲରେ ତନ୍ମୟ ନାମକ ଏକ ଶିଶୁଟି ଖସି ପଡିଛି । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ପିଲାଟି ବିଲରେ ଖେଳୁଥିବା ବେଳେ ପାଖରେ ଖୋଳାଯାଇଥିବା ଏକ ବୋରଓ୍ବେଲ ଗାତରେ ଖସିପଡ଼ିଥିଲା। କିଛି ସମୟ ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ଶେଷରେ ବୋରଓ୍ବେଲ ପାଖକୁ ଆସି ଡାକିବାରୁ ଗାତ ଭିତରୁ ପିଲାଟି ଚିତ୍କାର କରୁଥିବାର ଶବ୍ଦ ଶୁଣାଯାଇଥିଲା । ଏହାପରେ ପରିବାର ଲୋକ ତୁରନ୍ତ ବେତୁଲ ଓ ଆଠନେର ପୋଲିସକୁ ସୂଚନା ଦେଇଥିଲେ । ଆଉ ତା’ପରେ ପିଲାଟିକୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ । ବୋରଓ୍ବେଲ ଭିତରେ ସିସିଟିଭି କ୍ୟାମେରା ପକାଯାଇ ପିଲାଟିର ମୁଭମେଣ୍ଟ ମନିଟର କରାଯାଉଛି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଅପରେସନକୁ ପରିଚାଳନା କରୁଛନ୍ତି ।

ବେତୁଲ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତନ୍ମୟକୁ  ଉଦ୍ଧାର କରିବା ପାଇଁ SDRF ଟିମ୍ ନିୟୋଜିତ ହୋଇଛନ୍ତି । ୩ଟି ବୁଲଡୋଜର ସହାୟତାରେ ବୋରଓ୍ବେଲ ଠାରୁ ୩୦ଫୁଟ ଦୂରରେ ଏକ ସମାନ୍ତରାଳ ଗାତ ଖୋଳାଯାଉଛି । ଶିଶୁଟି ଭୟଭୀତ ନହେବାକୁ ପରିବାର ଲୋକ କଥାବାର୍ତ୍ତା ହେଉଛି ।

Show More

Related Articles

Back to top button