ସ୍ୱାସ୍ଥ୍ୟ

ପ୍ରତିଦିନ ଏତିକି ପାଣି ପିିଇବା ଦ୍ୱାରା ହୋଇଥାଏ ବ୍ଲଡ ପ୍ରେସର କଣ୍ଟ୍ରୋଲ

ବର୍ତ୍ତମାନ ସମୟରେ ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଉଛି । ଅଧିକ ଚିନ୍ତା,ଚିଡିଚିଡାପଣ ଯୋଗୁଁ ଏଭଳି ସମସ୍ୟା ବୃଦ୍ଧି ପାଉଛି । ତେବେ ପ୍ରତିଦିନ ପାଣି ପିିଇବା ଦ୍ୱାରା ଆପଣ ଅନେକାଂଶରେ  ବ୍ଲଡ ପ୍ରେସର କଣ୍ଟ୍ରୋଲ କରିପାରିବେ ।

ସୁସ୍ଥ ରହିବା ପାଇଁ ହାଇଡ୍ରେଟେଡ ରହିବା ବହୁତ ଜରୁରୀ । ଯେତେବେଳେ ଆମେ ସଠିକ୍ ମାତ୍ରାରେ ପାଣି ପିଇବା ଆମ ଶରୀର ହାଇଡ୍ରେଟେଡ ରହିବ । ଫଳରେ ଆମର ହାର୍ଟ ଠିକ୍ ଭାବରେ କାମ କରିପାରିବ । ଏହାଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିବ । ସେହିଭଳି ଡିହାଇଡ୍ରେସନ ସ୍ଥିତିରେ ଆମ ହାର୍ଟକୁ କାମ କରିବାକୁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ପ୍ରତିଦିନ ମହିଳାଙ୍କୁ ପ୍ରାୟ ୧୧ କପ୍ କିମ୍ବା ୨.୭ ଲିଟର ପାଣି ପିଇବା ଦରକାର । ସେହିଭଳି ପୁରୁଷଙ୍କୁ ପ୍ରତିଦିନ ୧୫ କପ୍ ଅର୍ଥାତ୍ ୩.୭ ଲିଟର ପାଣି ପିଇବା ଦରକାର । କିଛି ଫଳ ଏବଂ ପରିବାରେ ଅଧିକ ପାଣି ରହିଛି । ଯାହାକୁ ଖାଇବା ଦ୍ୱାରା ଆମ ଶରୀର ହାଇଡ୍ରେଟେଡ ରହିଥାଏ ଏବଂ ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲ ରହିଥାଏ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି ।

 

Show More

Related Articles

Back to top button