Breaking PLUSଓଡ଼ିଶାମୁଖ୍ୟ ଖବର

କଳାଧନ ସଂପର୍କିତ ଏସଆଇଟି ବୈଠକ

ଭୁବନେଶ୍ୱର/କଟକ , 11 ମାର୍ଚ୍ଚ – କଟକରେ କଳାଧନ ସମ୍ପର୍କିତ ଏସ୍ଆଇଟିର ୧୧ତମ ଵୈଠକ ଆରମ୍ଭ ହୋଇଛି। କଳାଧନ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଵାସଭଵନରେ ଏହି ଵୈଠକ ଅନୁଷ୍ଠିତ ହେଉଛି। ଏହି ଵୈଠକରେ ସିଵିଆଇ,ଇଡି, ଇନକମ ଟାକ୍ସ,ନାରକୋଟିକ୍ସ କଣ୍ଟ୍ରୋଲ ଵ୍ୟୁରୋ, ସେଣ୍ଟ୍ରାଲ ଵୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ ବା ସିବିଡିଟି,ଜିଏସଟି, ଖଣି ଵିଭାଗ ଓ କ୍ରାଇମବ୍ରାଞ୍ଚର ଉଚ୍ଚ ପଦାଧିକାରୀ ମାନେ ଯୋଗ ଦେଇଛନ୍ତି। ଏହି ଵୈଠକରେ କଳାଧନର ଉତ୍ସ ଓ ତଦନ୍ତକାରୀ ସଂସ୍ଥା ଗୁଡିକ ଭିତରେ ସମନ୍ବୟ ଉପରେ ଵିଶେଷ ଆଲୋଚନା ଜାରି ରହିଛି । ଏହା ସହ ଆଗକୁ ନିର୍ଵାଚନ ଥିଵାରୁ କଳାଧନ କାରବାର ଉପରେ କିଭଳି ଅଙ୍କୁଶ ଲଗାଯିଵ ସେ ସମ୍ପର୍କରେ ଵିଶେଷ ଆଲୋଚନା ହେଵାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Back to top button