Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରେ ଏସବିଆଇର ପିଟିସନ ଖାରଜ, ମାର୍ଚ୍ଚ 12 ସୁଦ୍ଧା ନିର୍ବାଚନୀ ବଣ୍ଡର ତଥ୍ୟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ-5ଜଣ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ବେଂଚ ସୋମବାର ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ପାର୍ଟିକୁ ମିଳୁଥିବା ଚାନ୍ଦା ସଂପର୍କରେ ତଥ୍ୟ ଦେବାର ସମୟ ସୀମା ଅବଧିକୁ ଜୁନ 30 ଯାଏ ବୃଦ୍ଧି କରିବା ଦାବିକୁ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ବଂଚ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ବାଚନୀ ବଣ୍ଡର ତଥ୍ୟ କାଲି ଅର୍ଥାତ ମାର୍ଚ୍ଚ 12 ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ନିର୍ବାଚନ ଆୟୋଗକୁ ମାର୍ଚ୍ଚ 15 ସୁଦ୍ଧା ନିର୍ବାଚନୀ ବଣ୍ଡ ସମ୍ପର୍କରେ ତଥ୍ୟ ନିଜ ୱେବସାଇଟରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଶୁଣାଣି ସମୟରେ ଷ୍ଟେଟ ବ୍ୟାଙ୍କ ଓକିଲ ହରିଶ ସାଲଭେ ଦଲିଲ ଦେଇଥିଲେ ଯେ, ଇଲେକ୍ଟୋରାଲ ବଣ୍ଡ କିଣିବାର ତାରିଖ ଓ କିଣିଥିବା ଲୋକଙ୍କ ନାମ ଏକ ସାଥୀରେ ଉପଲବ୍ଧ ନାହିଁ । ତାକୁ କୋଡ କରାଯାଇଛି । ଏଥିପାଇଁ ତାକୁ ଡିକୋଡ କରିବାକୁ ସମୟ ଲାଗିବ । ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଆପଣଙ୍କ ପିଟିସନରେ କୁହାଯାଇଛି ଯେ ଦାତାମାନଙ୍କର ସୂଚନା ମୁମ୍ବାଇ ମୁଖ୍ୟାଳୟକୁ ପଠାଯାଇଥିବା ସଂପୃକ୍ତ ଶାଖାରେ ଏକ ସିଲ୍ କଭରରେ ରଖାଯାଇଛି। ଜଷ୍ଟିସ ସଂଜୀବ ଖାନ୍ନା କହିଥିଲେ ଯେ କେବଳ ସିଲ୍ ହୋଇଥିବା କଭର ଖୋଲିବାକୁ ପଡ଼ିବ, କେଉଁଠାରେ ସମସ୍ୟା ଅଛି ।
ଫେବୃଆରୀ 15 ରେ ନିର୍ଦ୍ଦେଶ ଦିଆଯିବା ପରେ ଗତ 26 ଦିନ ମଧ୍ୟରେ ଷ୍ଟେଟ ବ୍ୟାଙ୍କ କଣ କରିଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହା ଆପଣଙ୍କର ପିଟିସନରେ ଉଲ୍ଲେଖ କରାଯାଇ ନାହିଁ । ବ୍ୟାଙ୍କର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜରଙ୍କ ତରଫରୁ ଆବେଦନ କରାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ଏସବିଆଇର ଗମ୍ଭୀରତା ଏଥିରୁ ସ୍ପଷ୍ଟ ହେଉଛି ଯେ ଜଣେ ସହକାରୀ ଜେନେରାଲ ମ୍ୟାନେଜର ସୁପ୍ରିମକୋର୍ଟଙ୍କ ଆଦେଶରେ ପରିବର୍ତ୍ତନ ଆଣିବାକୁ ଦାବି କରୁଛନ୍ତି। ଯଦି କୋର୍ଟଙ୍କ ଆଦେଶ ପାଳନ ନହୁଏ ତେବେ ଅବମାନନା କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଷ୍ଟେଟବ୍ୟାଙ୍କକୁ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି।

Show More

Related Articles

Back to top button