Breaking PLUSଦେଶମୁଖ୍ୟ ଖବର

ସଶକ୍ତ ନାରୀ-ବିକଶିତ ଭାରତ କାର୍ଯ୍ୟକ୍ରମରେ ‘ନମୋ ଡ୍ରୋନ ଦିଦି’ଙ୍କୁ ହସ୍ତାନ୍ତର କଲେ ଡ୍ରୋନ

କହିଲେ- ପୂର୍ବ ସରକାର କେବେ ବି ଚିନ୍ତା କରିନଥିଲେ, ଆପଣଙ୍କୁ ଆପଣଙ୍କ ଭାଗ୍ୟରେ ଛାଡିଦେଇଥିଲେ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ରାଜଧାନୀ ଦିଲ୍ଲୀରେ ଆୟୋଜିତ ସଶକ୍ତ ନାରୀ ବିକଶିତ ଭାରତ କାର୍ଯ୍ୟକ୍ରମରେ ‘ନମୋ ଡ୍ରୋନ ଦିଦି’ଙ୍କୁ ଡ୍ରୋନ ହସ୍ତାନ୍ତର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦିଦିମାନଙ୍କୁ ସମ୍ବୋଧନ ମଧ୍ୟ କରିଥିଲେ । ଏହି ଅବସରରେ ପିଏମ ମୋଦି କହିଥିଲେ ଯେ, କୌଣସି ଦେଶ ହେଉ, କୌଣସି ସମାଜ ହେଉ, ତାହା ନାରୀଶକ୍ତିର ଗାରିମା ବଢାଇବା ଓ ତାଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଦ୍ୱାରା ହିଁ ଆଗକୁ ବଢିପାରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଦୁର୍ଭାଗ୍ୟରୁ ଦେଶରେ ପ୍ରଥମେ ଯେଉଁ ସରକାର ଥିଲା, ସେମାନଙ୍କ ପାଇଁ ଆପଣ ସମସ୍ତ ମହିଳାଙ୍କ ଜୀବନ, ଆପଣଙ୍କ ସଂକଟ କେବେ ପ୍ରାଥମିକତା ନଥିଲା ଏବଂ ତାହା ଆପଣଙ୍କୁ ଆପଣ ଭାଗ୍ୟରେ ଛାଡି ଦେଇଥିଲା । ମୋର ଅନୁଭବ ଏହା ଯେ, ଆମର ମାଆ-ଭଉଣୀଙ୍କୁ ଯଦି ଟିକେ ସୁଯୋଗ ମିଳିବ, ଟିକେ ସାହାର ମିଳିବ, ତେବେ ସେମାନଙ୍କୁ ଆଉ ସାହାରର ଆବଶ୍ୟକତା ନଥାଏ, ସେମାନେ ନିଜେ ଲୋକଙ୍କ ସାହାର ପାଲଟିଯାଇଥାନ୍ତି ।
ସେ କହିଛନ୍ତି, ‘ ମୁଁ ଚାହୁଁଛି ଯେ, ଭାରତରେ ତିନି କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ହୁଅନ୍ତୁ । ଆମେ ଡ୍ରୋନ ଦିଦିଙ୍କ ଖାତାକୁ 10ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛି । ମୁଁ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ଲାଲକିଲାର ପ୍ରାଚୀରରୁ ବି ମହିଳାଙ୍କ ସ୍ୱଚ୍ଛତା ସମ୍ବନ୍ଧୀୟ ସମସ୍ୟା ବିଷୟରେ କହିଥିଲି ।
ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କୃଷି ଗବେଷଣା ସଂସ୍ଥାନରେ ନମୋ ଡ୍ରୋନ ଦିଦିଙ୍କ କୃଷି ଡ୍ରୋନ ପ୍ରଦର୍ଶନୀ ଦେଖିବାକୁ ପହଂଚିଥିଲେ । ଏଥିରେ ସାରା ଦେଶର 10 ଭିନ୍ନ ଭିନ୍ନ ସ୍ଥାନରେ ନମୋ ଡ୍ରୋନ ଦିଦି ସାମିଲ ହୋଇଥିଲେ ।

Show More

Related Articles

Back to top button