Breaking PLUSମୁଖ୍ୟ ଖବରରାଜନୀତିସେଲିବ୍ରିଟିସ୍ୱତନ୍ତ୍ର

ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଦେହାନ୍ତ

ଗୋଆ: ହୃଦଘାତରେ ଆଖି ବୁଜିଲେ ପପୁଲାର ଟିକ୍‌ଟକ୍‌ ଷ୍ଟାର ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ନେତ୍ରୀ ସୋନାଲି ଫୋଗାଟ । ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ସେଠାରେ ଗତକାଲି ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ସୋନାଲି୨୦୧୯ ମସିହାରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରୁ ଆଦମପୁର ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ଏକ ନୂଆ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟ୍ୱିଟର ଆକାଉଣ୍ଟରେ ବି ସେ ନିଜ ପ୍ରୋଫାଇଲ ପିକଚର ବଦଳାଇ ଦେଇଥିଲେ। ସୋନାଲି ବିଗ୍‌ ବସ୍‌-୧୪ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ। ସେହି ସମୟରେ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଖୁଲାସା କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନରେ ଆଉ ଜଣେ ଆସିଥିବା ସେ ସ୍ୱୀକାର କରିଥିଲେ। ହେଲେ ଏହି ସମ୍ପର୍କ ଆଗକୁ ବଢ଼ି ପାରିନଥିଲା ବୋଲି ସେ କ୍ୟାମେରା ଆଗରେ କହିଥିଲେ।ସୋନାଲିଙ୍କର ଏକ କନ୍ୟା ସନ୍ତାନ ଥିବା ଜଣାପଡିଛି।

Show More

Related Articles

Back to top button