ଓଡ଼ିଶାପାଣିପାଗ

ମିଳିଲା ଆଶ୍ୱସ୍ତି,ବୈତରଣୀରେ ହ୍ରାସ ପାଇଲା ଜଳସ୍ତର

ମିଳିଲା ସାମାନ୍ୟ ଆଶ୍ୱସ୍ତି । ହ୍ରାସ ପାଇଲା ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଜଳସ୍ତର । ସୋମବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ବର୍ତ୍ତମାନ  ୭.୮୧ ମିଟରରେ ପ୍ରବାହିତ ହେଉଛି। କିନ୍ତୁ ଏବେବେ ଜଳବନ୍ଦୀ ଅବସ୍ଥାରେ ରହିଛି ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ ଆଦି ପଞ୍ଚାୟତର ବହୁଗ୍ରାମ ।

ମିଳିଥିବା ସୂଚନା ଅନୁଯାୟୀ,ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜଳବନ୍ଦୀ ହୋଇ ରହିଥିବା ଲୋକେ । ଗତ ଆଠଦିନ ଧରି ହେବ ବନ୍ୟାଜଳରେ ବୁଡିରହିଛି ହଜାର ହଜାର ହେକ୍ଟର ଚାଷଜମି ଓ ପନିପରିବା ଚାଷ । ସେହିପରି ରାସ୍ତାଘାଟ ଏବଂ ବିଦ୍ୟୁତଖୁଣ୍ଟ ବନ୍ୟାଜଳରେ ବୁଡିରହି ଥିବାରୁ ସହଜ ହେଉନାହିଁ ଯୋଗାଯୋଗ ।

ବନ୍ୟା ଜଳ ହ୍ରାସ ପାଇଥିବାରୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି। ଜଳନିଷ୍କାସନରେ ବିଳମ୍ବ ହେଉଥିବାରୁ ଚାଷବାସ ବିଶେଷ ଭାବେ ପ୍ରଭାବିତ ହୋଇଛି। ସ୍ୱଳ୍ପଦିନ ଅନ୍ତରରେ ଦୁଇଟି ବନ୍ୟା କୃଷକମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳ ପ୍ରତି ସତର୍କ ଦୃଷ୍ଟ ରଖାଯାଇଛି।

Show More

Related Articles

Back to top button