Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି 12 ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ସୁନ୍ଦରଗଡ଼ର ୨ ମହିଳା ସରକାରୀ ଅଧିକାରୀଙ୍କ ମୃତ୍ୟୁ ଘଟଣାକୁ ନେଇ 12 ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ଉଭୟ ଘଟଣାର ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମହିଳା ମୋର୍ଚ୍ଚା ।ସକାଳ ୬ଟାରୁ ଉଭୟ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିଛନ୍ତି । ଦୋକାନ ବଜାର ରାସ୍ତାଘାଟ ବନ୍ଦ ରହିଛି ।

ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୁରୁବାର ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନ ମର୍ଡର କେସର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏହାସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦୁଇ ମର୍ଡର କେସକୁ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀଯୁକ୍ତ ଓରାମ କହିଛନ୍ତି ଯେ, ରାଜ୍ୟରେ ଥିବା ବିଜେଡି ସରକାର ଆଦିବାସୀ ବିରୋଧୀ ସରକାର । ଆଦିବାସୀଙ୍କୁ ଯେଭଳି ହତ୍ୟା କରାଯାଉଛି । ଏହାର ବଡ ଉଦାହରଣ ଆସିଷ୍ଟାଣ୍ଟ କଲେକ୍ଟର ସସ୍ମିତା ମିଞ୍ଜ ସନ୍ଦେହଜନକ ମୃତ୍ୟୁ । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ସ୍ପଷ୍ଟ କରିନାହାନ୍ତି ଯେ କେଉଁଥିପାଇଁ ତାଙ୍କ ମୃତ୍ୟୁ ହେଲା । ଛଅ ଫୁଟ ପାଣିରେ ଜଣେ ଆଦିବାସୀ ମହିଳା ବୁଡ଼ିକି ମରିବା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରୁଛି । ତାଙ୍କ ଉପରେ ଯେଉଁ ମାନସିକ ଚାପ ଥିଲା ବୋଲି କୁହାଯାଉଛି । ଯଦି ଜିଲ୍ଲା ପ୍ରଶାସନ ଜାଣିଥିଲେ, ତାହେଲେ ସେ ଦିଗରେ ପଦକ୍ଷେପ ନେଲେ ନାହିଁ କାହିଁକି ବୋଲି ବିଜେପି ସାଂସଦ ଜୁଏଲ ଓରାମ ପ୍ରଶ୍ନ ଉଠାଇଛନ୍ତି । ସେ କାହିଁକି ସରକାରୀ କ୍ୱାଟରରେ ନରହି ହୋଟେଲରେ ରହୁଥିଲେ ? ଏମିତି ଅନେକ ପ୍ରଶ୍ନ ରହିଛି । ଏହାକୁ ବିରୋଧ କରି ବିଜେପି ପକ୍ଷରୁ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ ସରକାର ଆଦିବାସୀ ବିରୋଧୀ ସରକାର । ଦଳର ମହିଳା ନେତ୍ରୀ ମାନେ ଏହାକୁ ନେଇ ବିରୋଧ କରିବା ଦରକାର ବୋଲି ଜୁଏଲ ଓରାମ କହିଛନ୍ତି । ସେହିପରି ASI ଲୁଗୁନ ଯିଏ ତାଙ୍କର ବଡି ଗାର୍ଡ ଥିଲେ ତାଙ୍କୁ ମଧ୍ୟ ମର୍ଡର କରି ଦିଆଗଲା । ଗୋଟିଏ ସାଧାରଣ ଘଟଣାରେ ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ ତାଙ୍କୁ ପ୍ରବଳ ଭାବେ ଆକ୍ରମଣ କରି ମାରିଦେଲେ । ଏହା ଅତ୍ୟନ୍ତ ନିନ୍ଦନୀୟ । ଏହି ହତ୍ୟା ଘଟଣାକୁ ନେଇ ମଧ୍ୟ ସନ୍ଦେହ ରହିଛି । ଡିଏସପି ବନିତା ମାଝୀ ଏହାକୁ ତଦନ୍ତ କରୁଛନ୍ତି । ପ୍ରଶ୍ନ ଉଠୁଛି ଯେଉଁମାନେ ସସ୍ମିତା ମିଞ୍ଜ ସହ ଥିଲେ ତାଙ୍କୁ କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର । ଏହାର ତଦନ୍ତ ସଠିକ୍ ବାଟକୁ ଗଲା ନାହିଁ କାହିଁକି । ଏହାର ତଦନ୍ତ ସଠିକ ଭାବେ କରିବା ପାଇଁ ରାଉରକେଲା ଏସପିଙ୍କୁ ଭେଟି ଦାବି କରିଥିଲୁ । ଏହି ଦୁଇ ମର୍ଡର କେସର ସିବିଆଇ ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

Show More

Related Articles

Back to top button