Breaking PLUSଓଡ଼ିଶାମୁଖ୍ୟ ଖବର

ବାଲେଶ୍ୱରରେ ମାଲବାହୀ ଟ୍ରେନ ଲାଇନଚ୍ୟୁଚ

ବାଲେଶ୍ବର ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁ । ପ୍ରବଳ ବର୍ଷା କାରଣରୁ ବାଲେଶ୍ଵର – ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ରେଳ ଟ୍ରାକ ଦବି ଯାଇଥିଲା। ରେଳ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଟ୍ରାକ ଦବି ଯାଇଥିବା ସ୍ଥାନରେ ପୁନଃ ମେଟାଲ ଫିଲିଙ୍ଗ ପାଇଁ ଆସିଥିବା ଏକ ମାଲ ବାହି ଟ୍ରେନ ସେହି ସମାନ ଜାଗାରେ ହିଁ ଲାଇନ୍ଚ୍ୟୁତ ହୋଇଛି ।

ଫଳରେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ସ୍ଥିତିରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥିତି ସ୍ଵାଭାବିକ ହୋଇନାହିଁ । ଅନେକ ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହେବା ଫଳରେ ଟ୍ରାକଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ସେହିଭଳି ଲାଇନଚ୍ୟୁତ ବଗି ଟିକୁ ହଟାଯାଇଛି । ଘଟଣାସ୍ଥଳରେ ଦକ୍ଷିଣ ପୂର୍ବ ରେଳବାଇ ଜିଏମ, ଡି ଆରଏମଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Show More

Related Articles

Back to top button