ଓଡ଼ିଶା

ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ

ସିକିମରେ ବନ୍ୟା ପାଣିରେ ଭାସି ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି। ନିଖୋଜ ଓଡ଼ିଆ ଯବାନ କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ । ୨୦୧୨ରୁ ସେନାରେ EME ଯବାନ ଭାବେ ନିଯୁକ୍ତି ପାଇଥିଲେ । ଗତ ସାତ ମାସ ହେବ ବିବାହ କରିଛନ୍ତି ସରୋଜ । ଅଗଷ୍ଟ ମାସରେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ପ୍ରବଳ ବର୍ଷା ପାଇଁ ଗାଡି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ ସରୋଜ।

ଗତକାଲି ଦିନ ୧୧ ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ବନ୍ୟାରେ ନିଖୋଜ ଖବର ଦେଖି ମୋବାଇଲକୁ ଫୋନ କରିଥିଲେ । ମୋବାଇଲ ଫୋନ୍ ବନ୍ଦ ଥିବାରୁ ୟୁନିଟ ସହ କଥା ହୋଇ ନିଖୋଜ ଖବର ପାଇଥିବା ବଡଭାଇ ମନୋଜ ସାହୁ ସୂଚନା ଦେଇଛନ୍ତି। ପରିବାର ଲୋକ ଆଶଙ୍କା ଭିତରେ ଅଛନ୍ତି । ସୁରକ୍ଷିତ ଭାବରେ ସରୋଜ ଫେରି ଆସନ୍ତୁ ବୋଲି ସମସ୍ତ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

ସୂଚନାଯୋଗ୍ୟ, ସିକିମରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ । ଭାସିଯାଇଛନ୍ତି ସେନାର ୨୩ ଯବାନଙ୍କ ସମେତ ୪୩ ଜଣ । ସେନାର ବହୁ ଗାଡ଼ିମୋଟର ମଧ୍ୟ ଭାସିଯାଇଛି । ୨-୩ ଦିନ ହେବ ସିକିମରେ ବର୍ଷା ଲାଗି ରହିଥିବା ବେଳେ ମଙ୍ଗଳବାର ରାତିରେ ହୋଇଥିଲା ମୂଷଳ ଧାରାରେ ବୃଷ୍ଟିପାତ । ଫଳରେ ଲାଚେନ୍ ଭ୍ୟାଲି ନିକଟରେ ତିସ୍ତା ନଦୀର ଜଳସ୍ତର ୧୫ରୁ ୨୦ ଫୁଟ ବଢ଼ି ଯାଇଥିଲା । ହ୍ରଦ ମଧ୍ୟ ଉଛୁଳି ପଡ଼ିଥିଲା ।

Show More

Related Articles

Back to top button